ଡୋମିନିକାର ସର୍ବୋଚ୍ଚ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦୀ

କୋଭିଡ୍-୧୯ ମହାମାରୀ ସମୟରେ ଭାରତର ସହାୟତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଡୋମିନିକାକୁ ଭାରତର ସହଯୋଗ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯିବ।

ଭାରତ-କାରିକମ ସମ୍ମିଳନୀରେ ଦିଆଯିବ ସମ୍ମାନ

ନୂଆଦିଲ୍ଲୀ, ୧୪/୧୧: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ଡୋମିନିକା ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍-୧୯ ମହାମାରୀ ସମୟରେ ଡୋମିନିକା ପ୍ରତି ମୋଦିଙ୍କ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ସମର୍ପଣ ପାଇଁ ଡୋମିନିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ସର୍ବୋଚ୍ଚ ଜାତୀୟ ପୁରସ୍କାର ଡୋମିନିକା ପୁରସ୍କାର ପ୍ରଦାନ କରିବ। ଏ ନେଇ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଆସନ୍ତା ନଭେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁଏନାର ଜର୍ଜଟାଉନରେ ହେବାକୁ ଥିବା ଆଗାମୀ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ମୋଦିଙ୍କୁ ଡୋମିନିକା ରାଷ୍ଟ୍ରପତି ସିଲଭାନି ବର୍ଟନ ଏହି ସମ୍ମାନରେ ସମ୍ମାନୀତ କରିବେ।

ଫେବ୍ରୁଆରି ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ଡୋମିନିକାକୁ ଆଷ୍ଟ୍ରାଜେନେକା କୋଭିଡ୍-୧୯ ଟିକାର ୭୦,୦୦୦ ଡୋଜ୍ ପ୍ରଦାନ କରିଥିଲେ- ଯାହା ଡୋମିନିକା ଏହାର କାରିବିଆନ୍ ପଡ଼ୋଶୀରାଷ୍ଟ୍ରଗୁଡ଼ିକୁ ସହଯୋଗ କରି ପାରିଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଡୋମିନିକାକୁ ଭାରତର ସମର୍ଥନ ଏବଂ ବିଶ୍ୱସ୍ତରରେ ଜଳବାୟୁ ସ୍ଥିରତା ପାଇଁ ପଦକ୍ଷେପ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାରେ ମୋଦିଙ୍କ ଅତୁଳନୀୟ ଭୂମିକା ରହିଥିବାରୁ ଏହି ସମ୍ମାନ ପ୍ରଦାନ କରାଯିବ।

ଭାରତ ଏବଂ କ୍ୟାରିବିଆନ୍ କମ୍ୟୁନିଟି (କାରିକମ୍)ର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହେବାକୁ ଥିବା ଏହି ଶିଖର ସମ୍ମୀଳନୀରେ ଡୋମିନିକା ରାଷ୍ଟ୍ରପତି ସିଲଭାନି ବର୍ଟନ ଏବଂ ପ୍ରଧାନମନ୍ତ୍ରୀ ରୁଜଭଲ୍ଟ ସ୍କେରିଟ୍ ଉପସ୍ଥିତ ରହିବେ।