ତଳମୁଣ୍ଡକୁ ବିପଦ: ଖୋଲିଲା ହୀରାକୁଦର ୪୦ ଗେଟ୍

ସମ୍ବଲପୁର: ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର।  ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ମଙ୍ଗଳବାର ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍ ଖୋଲାଯାଇଛି। ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ପ୍ରଥମେ ପାଞ୍ଚଟି ଗେଟ୍ ଖୋଲାଯିବା ପରେ ପୁଣି ପାଞ୍ଚଟି ଗେଟ୍ ଏବଂ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମହାନଦୀରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୨୬.୯୧ ଫୁଟ୍ ରହିଛି।  ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍।

ପର୍ଯ୍ୟାକ୍ରମେ ହୀରାକୁଦର ଆଜି ମୋଟ୍ ୧୪ଟି ଗେଟ୍ ଖୋଲାଯାଇଛି। ଅଦ୍ୟାବଧି ୧୦ଟି ଗେଟ୍ ଖୋଲା ଯାଇଥିବା ବେଳେ ଆଉ ୪ ଗେଟ୍ ସନ୍ଧ୍ୟାରେ ଖୋଲା ଯାଇଛି। ଏହା ପୂର୍ବରୁ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଏବେ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଜଳ ପ୍ରବାହ ୧୨ ଲକ୍ଷ କ୍ୟୁସେକ୍ ଟପିଛି। ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି।