ନୂଆଦିଲ୍ଲୀ, ୦୩/୧୨: ଆସନ୍ତା ଗୁରୁବାର ଶପଥ ନେଇପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ। ନୂଆ ସରକାରଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର ୪ ତାରିଖରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ଥିବା ବେଳେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି।
ଭାରତୀୟ ଜନତା ପାର୍ଟି (ବିଜେପି)ର ଗୋଷ୍ଠୀ ନେତା ଚୟନ ପାଇଁ ବୁଧବାର ଅନୁଷ୍ଠିତ ରାଜ୍ୟ ବିଧାନସଭା ବୈଠକ ପୂର୍ବରୁ ଶିବସେନା ନେତା ଏକନାଥ ସିନ୍ଦେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମଙ୍ଗଳବାର ସନ୍ଧ୍ୟାରେ ସରକାର ଗଠନ ଚୂଡ଼ାନ୍ତ କରିବା ପାଇଁ ବୈଠକ କରିବାର ସମ୍ଭାବନା ରହିଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।