ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କର ସୁରକ୍ଷାରେ ତ୍ରୁଟି ଯୋଗୁ ତିନି କମାଣ୍ଡୋକୁ ବରଖାସ୍ତ କଲେ କେନ୍ଦ୍ର ସରକାର। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍‌ଙ୍କର ସୁରକ୍ଷାରେ ତ୍ରୁଟି ହୋଇଥିଲା। ଏବେ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବିଶେଷ ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଡୋଭାଲଙ୍କର ସୁରକ୍ଷା ସହ ଜଡ଼ିତ ଥିବା ଡେପୁଟି ଇନ୍‌ସ୍ପେକ୍ଟର ଜେନେରାଲ(ଡିଆଇଜି) ଓ ଭିଆଇପି ସିକ୍ୟୁରିଟି କମାଣ୍ଡାଣ୍ଟକୁ ବଦଳି କରିଦିଆାଯାଇଛି। ଫେବ୍ରୁଆରୀ ୨୦୨୨ ଅଜିତ ଡୋଭାଲଙ୍କ ଘରେ ସୁରକ୍ଷାରେ ତ୍ରୁଟି ହୋଇଥିଲା। ଜଣେ ବ୍ୟକ୍ତି ଡୋଭାଲଙ୍କ ଘରକୁ ପ୍ରବେ କରିବାକୁ ଚେଷ୍ଟା କରିଥିଲା। ଏହାପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଓ ପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା

ତେବେ ଧରାପଡିବା ପରେ ବ୍ୟକ୍ତି ଜଣକ ମିଛ କହିଥିଲା। ତା ଶରୀର ଭିତରେ ଏକ ମେମୋରୀ ଚିଫ ଅଛି ଯାହା ଅନ୍ୟ ଦ୍ୱାରା ପରିଚାଳିତ ହେଉଛି ବୋଲି ବ୍ୟକ୍ତି ଜଣଙ୍କ କହିଥିଲା। ହେଲେ ପରେ ପରୀକ୍ଷଣ ବ୍ୟକ୍ତିଙ୍କ ଶରୀରକୁ କୌଣସି ଚିଫ୍‌ ଥିବା ଜଣାପଡ଼ିନଥିଲା। ସେ ମିଛ କହୁଥିବା ଜଣାପଡ଼ିଥିଲା।