ଆଜିଠୁ ୪ ମାସ ପାଇଁ ଶିମିଳିପାଳ ବନ୍ଦ

ମୟୂରଭଞ୍ଜ,(ଦର୍ଶନ): ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ୪ ମାସ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ଶିମିଳିପାଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ୍ ସୂଚନା ଦେଇଛନ୍ତି । ଋତୁ ଶେଷ ହେବା ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଯିବ । ଅର୍ଥାତ୍ ନଭେମ୍ବର ମାସ ୧ ତାରିଖରୁ ଶିମିଳିପାଳକୁ ପ୍ରବେଶ ନିମନ୍ତେ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଥାଏ । ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ । ଏହି ସାଢେ ଚାରି ମାସ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ ।ଏହି କାରଣ ପାଇଁ ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ।