ଦେଶରେ ୨ ଜଣ ଏଚଏମପିଭି ଭୂତାଣୁ ସଂକ୍ରମିତ ଚିହ୍ନଟ

୨୦୦୧ରେ ଚୀନରେ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ

ବେଙ୍ଗାଲୁରୁ, ୦୬/୦୧: ଦେଶରେ ଦୁଇ ଜଣ ହ୍ୟୁମାନ ମେଟାନ୍ୟୁମୋ ଭାଇରସ ରେ ସଂକ୍ରମିତ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବେଙ୍ଗାଲୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଜଣେ ୮ ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟା ଏଚଏମପିଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉଭୟ ଅନ୍ତର୍ଜାତୀୟ ଯାତ୍ରା ମଧ୍ୟ କରିନାହାନ୍ତି। ଭାରତ ସମେତ ସମଗ୍ର ବିଶ୍ୱରେ ଏଚଏମପିଭି ମାମଲା ବଢୁଥିବାରୁ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି। ସାରା ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଚଏମପିଭି ବା ହ୍ୟୁମାନ ମେଟାନ୍ୟୁମୋ ଭାଇରସ ସାଧାରଣତଃ ୧୧ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଚିହ୍ନଟ ହୁଏ। ଏଚଏମପିଭିରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା ଭଳି ଲକ୍ଷଣ ସୃଷ୍ଟି ହୋଇଥାଏ। ଯେପରିକି କାଶ, ବାନ୍ତି, ନାକରୁ ପାଣି ବାହାରିବା କିମ୍ବା ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଦେଇଥାଏ। ତେବେ ଛୋଟ ପିଲା, ବୟସ୍କ ଏବଂ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଗୁରୁତର ଶ୍ୱାସକ୍ରିୟା ଜନିତ ଜଟିଳତା ସୃଷ୍ଟି କରିପାରେ। ଏଥିରେ ଆକ୍ରାନ୍ତ ହେବାର ୫ ଦିନ‌ ପରେ ଲକ୍ଷଣ ଦେଖା ଦେଇଥାଏ।

୨୦୦୧ମସିହାରେ ପ୍ରଥମେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମପିଭି) ଭଳି ଏହି ଶ୍ୱାସକ୍ରିୟା ଜନିତ ରୋଗରେ ଚୀନରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ।