ବିଜାପୁରରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ
ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରୁଛି ସୁରକ୍ଷାବାହିନୀ
ଛତିଶଗଡ଼, ୧୨/୦୧: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଏଫ), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଓ ଜିଲ୍ଲା ଫୋର୍ସର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ବିଜାପୁର ଜଙ୍ଗଲରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଛନ୍ତି।
ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନକୁ ସୁରକ୍ଷାବାହିନୀ ଜୋରଦାର କରିଥିବା ବେଳେ ନିକଟରେ ୫ ତାରିଖରେ ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ଏନକାଉଣ୍ଟରରେ ଟଳିଥିଲେ ୪ ନକ୍ସଲ। ସେହିପରି ଗତ ଜାନୁଆରି ୪ ତାରିଖରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। ଗତ ୩ ତାରିଖରେ ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏସଓଜିର ଅପରେସନ ବେଳେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ।