କାମ କଲା ରାଜୁ ଶ୍ରୀବାସ୍ତବଙ୍କ ଅଙ୍ଗ, ଡାକ୍ତର କହିଲେ ଖୁବ୍‌ଶୀଘ୍ର ସୁସ୍ଥ ହେଇପାରନ୍ତି

ମୁମ୍ବାଇ: ଗଦତକାଲି ଠାରୁ କମେଡିଆନ ରାଜୁ  ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଭଲ ଖବର ଶୁଣିବାକୁ ମିଳୁଛି। ଗତକାଲି ରାଜୁ ସଂକଟାପନ୍ନ ସ୍ଥିତିରୁ ମୁକୁଳିଥିବା ଖବର ଶୁଣିବାକୁ ମିଳିଥିଲା। ଆଜି ଆଉ ଟିକେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଏନେଇ ବଲିଉଡ୍ କମେଡି ଶୋ ଜଜ୍ ଶେଖର ସୁମନ ସୂଚନା ଦେଇଛନ୍ତି।

ରାଜୁଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାମ କରୁଛି। ଡାକ୍ତରମାନେ ବି ଘଟଣାକୁ ନେଇ ଆଶା ପ୍ରକାଶ କରିଛନ୍ତି। ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ସୁଧୁରିପାରେ ବୋଲି ଡାକ୍ତର କହୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ଶେଖର ସୁମନ ଟ୍ୱିଟ୍ କରି ଲେଖିଛନ୍ତି  “ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା  ସୁଧୁରୁଛି। ତାଙ୍କ ଶରୀର ଅଙ୍ଗ ସାଧାରଣ ଭାବେ କାର୍ଯ୍ୟ କରୁଛି। ତେବେ ସେ ଏବେ ବି ଚେତାଶୂନ୍ୟ ଅଛନ୍ତି। ଡାକ୍ତର କହୁଛନ୍ତି ଯେ ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିପାରେ। ମହାଦେବଙ୍କ କୃପା। ହର ହର ମହାଦେବ। ”

ତେବେ ଏମ୍ସର ନିର୍ଦ୍ଦେଶ ରଣଦୀପ ଗୁଲେରିଆଙ୍କ ସୂଚନା ଅନୁସାରେ ରାଜୁଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ସେ ଏବେ ବି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ଚେତା ଫେରିନି।