ରେଙ୍ଗାଳି ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଅନୁଗୋଳ: ଅନୁଗୋଳ ରେଙ୍ଗାଳି ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି । ୮ ନମ୍ବର ଗେଟ ଦେଇ ବନ୍ୟାଜଳ ତଳମୁଣ୍ଡକୁ ଛଡା ଯାଉଛି। ବର୍ତ୍ତମାନ ଡ୍ୟାମର ଜଳସ୍ତର ୧୨୧.୯୫ ମିଟର ରହିଛି । କିନ୍ତୁ ଡ୍ୟାମର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଛି । ଡ୍ୟାମ ଭିତରକୁ ୭,୮୦୦ ଘନମିଟର ଜଳ ପ୍ରଵେଶ କରୁଥିବା ବେଳେ ପାୱାର ଟନେଲ ଦେଇ ୫୮୭.୩୮ ଘନ ମିଟର ଜଳ ନିଷ୍କାସନ ହେଉଛି ।

ତଳମୁଣ୍ଡରେ ଥିବା ବ୍ରାହ୍ମଣୀ ନଦୀ ଅଵବାହିକାରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରାଇଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ବ୍ରାହ୍ମଣୀ ନଦୀରେ ସେମିତି କିଛି ବନ୍ୟାର ଆଶଙ୍କା ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଅଧିକାରୀ ।