ପୁରସ୍କାରର ନାମାଙ୍କନ ପାଇଁ ସରକାର ଲଞ୍ଚ୍‌ କଲେ ନୂତନ ପୋର୍ଟାଲ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପୁରସ୍କାର ପାଇଁ ଆବେଦନ ଏବଂ ପ୍ରସ୍ତାବ ପାଇଁ ସରକାର ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲରେ ସମସ୍ତ ପୁରସ୍କାର ପାଇଁ ଏବେ ଆବେଦନ କରାଯାଇ ପାରିବ। ଦେଶରେ ଅଲଗା ଅଲଗା ମନ୍ତ୍ରଣାଳୟ ଏବଂ ବିଭାଗ ଅନେକ ପ୍ରକାରର ପୁରସ୍କାର ଦେଇଥାନ୍ତି। ସରକାରଙ୍କ କହିବା କଥା ପୋର୍ଟାଲରେ ପାରଦର୍ଶିତା ଏବଂ ଜନତାଙ୍କ ସହଯୋଗ ଉଭୟ ଜାରି ରହିବ। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ପ୍ରସ୍ତାବ ଦେବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୫।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି, ଏହି ପୋର୍ଟାଲ ସମସ୍ତ ନାଗରିକ ଏବଂ ସଂଗଠନକୁ ନାମାଙ୍କନର ସୁବିଧା ପ୍ରଦାନ କରିବ। ପଦ୍ମ ପୁରସ୍କାରର ଆବେଦନ ପାଇଁ ଶେଷ ତାରିଖର ଘୋଷଣା କରି କହିଛନ୍ତି, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରୁ ମଧ୍ୟ ନାମାଙ୍କନ ସ୍ଵୀକାର କରାଯିବ। ଉଲ୍ଲେଖନୀୟ ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯାଏ। ୨୦୨୩ ଗଣତନ୍ତ୍ର ଦିବସ ଉପଲକ୍ଷେ ଏହି ପୁରସ୍କାର ଦିଆଯିବ।