ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୧୯ ଫେବ୍ରୁଆରୀ ୨୦୨୫:

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ଛତ୍ରପତି ଶିବାଜୀ ମହାରାଜ(୧୯ ଫେବୃଆରୀ ୧୬୩୦ – ୩ ଏପ୍ରିଲ ୧୬୮୦) ପଶ୍ଚିମ ଭାରତରେ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ। ଶିବାଜୀ ପ୍ରଥମ ଜଣେ ଭାରତୀୟ ଶାସକ ଏବଂ ଭୋନ୍ସଲେ ବଂଶର ସଦସ୍ୟ ଥିଲେ।‌ ଶିବାଜୀଙ୍କ ପିତାଙ୍କ ନାମ ଶାହାଜୀ ଭୋଂସଲେ ଏବଂ ମାତାଙ୍କ ନାମ ଜିଜାବାଇ ଥିଲା। ଶିବାଜୀ ବିଜାପୁରର ସୁଲତାନତରୁ ନିଜର ସ୍ୱାଧୀନ ରାଜ୍ୟ ଗଠନ କରିଥିଲେ ଯେଉଁଠୁ ମରାଠା ସଂଘର ଉତ୍ପତ୍ତି ହୋଇଥିଲା।

୨. ଗୋକୁଳଭାଇ ଭଟ୍ଟ (୧୯ ଫେବୃଆରୀ ୧୮୯୮ – ୬ ଅକ୍ଟୋବର ୧୯୮୬) ରାଜସ୍ଥାନର ସିରୋହିଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଏହା ସହିତ ସେ ଜଣେ ଦକ୍ଷ ବକ୍ତା, କବି, ସାମ୍ବାଦିକ, ବହୁମୁଖୀ ଓ ଲେଖକ ମଧ୍ୟ ଥିଲେ।

୩. ବଲୱନ୍ତରାଇ ଗୋପାଳଜୀ ମେହେଟ୍ଟା (୧୯ ଫେବୃଆରୀ ୧୯୦୦ – ୧୯ ସେପ୍ଟେମ୍ବର ୧୯୬୫) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ତାଙ୍କୁ ପଞ୍ଚାୟତିରାଜର ସ୍ଥାପକ ଭାବରେ ବିବେଚନା କରାଯାଏ।

୪. ପଦ୍ମନାଭନ ବଳରାମ ଜଣେ ଭାରତୀୟ ବାୟୋକେମିଷ୍ଟ ଏବଂ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କୁ ଆମେରିକୀୟ ପେପଟାଇଡ୍ ସୋସାଇଟି ପକ୍ଷରୁ ୨୦୨୧ରେ ଆର୍ ବ୍ରୁସ୍ ମେରିଫିଲ୍ଡ ପୁରସ୍କାର ପ୍ରଦାନ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଗୋପାଳ କୃଷ୍ଣ ଗୋଖଲେ (୯ ମଇ ୧୮୬୬ – ୧୯ ଫେବୃଆରୀ ୧୯୧୫) ଜଣେ ଜାତୀୟତାବାଦୀ ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ଏବଂ ସମାଜ ସଂସ୍କାରକ ମଧ୍ୟ ଥିଲେ।

୨. ନରେନ୍ଦ୍ର ଦେବ (୩୧ ଅକ୍ଟୋବର ୧୮୮୯ – ୧୯ ଫେବୃଆରୀ ୧୯୫୬) ଜଣେ ବିଶିଷ୍ଟ ଭାରତୀୟ ପଣ୍ଡିତ, ସମାଜବାଦୀ ଓ ଶିକ୍ଷାବିତ୍ ଥିଲେ। ୧୯୧୬ରୁ ୧୯୪୮ ପର୍ଯ୍ୟନ୍ତ ସେ ‘ଅଖିଳ ଭାରତୀୟ କଂଗ୍ରେସ କମିଟି’ର ସଦସ୍ୟ ଥିଲେ। ଦେଶର ସ୍ୱାଧୀନତା ପାଇଁ ସେ ଅନେକ ଥର ଜେଲ ଯାଇଥିଲେ।

୩. ନାରାୟଣ ଶ୍ରୀଧର ବେନ୍ଦ୍ରେ (୨୧ ଅଗଷ୍ଟ ୧୯୧୦ – ୧୯ ଫେବୃଆରୀ ୧୯୯୨) ଜଣେ ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ଥିଲେ। ୧୯୩୪ ମସିହାରେ ତାଙ୍କୁ ବମ୍ବେ ଆର୍ଟ ସୋସାଇଟି ପକ୍ଷରୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ୧୯୪୧ ମସିହାରେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ସ୍ୱର୍ଣ୍ଣ ପଦକ ମଧ୍ୟ ମିଳିଥିଲା। ୧୯୬୯ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୩୮୯ – ଦିଲ୍ଲୀର ସୁଲତାନ ଘିୟାସୁଦ୍ଦିନ ତୁଘଲକ ଦ୍ବିତୀୟଙ୍କୁ ହତ୍ୟା କରାଯାଇଥିଲା।

୧୬୧୮ – ଭେନିସିଆନ ଶାନ୍ତି ଚୁକ୍ତି ଅଧୀନରେ ଅଷ୍ଟ୍ରେଲିଆ ଓ ଭେନିସ୍ ଯୁଦ୍ଧ ଶେଷ ହୋଇଥିଲା।

୧୬୭୪ – ବ୍ରିଟିଶ ସେନା ଡଚ୍ ଯୁଦ୍ଧରୁ ଓହରି ଯାଇଥିଲେ।

୧୭୧୯ – ମୋଗଲ ଶାସକ ଫରୁଖ ସିୟାରଙ୍କ ହତ୍ୟା କରାଯାଇଥିଲା।

୧୯୪୨ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଉତ୍ତର ଅଷ୍ଟ୍ରେଲିଆର ଡାର୍ୱିନ ସହର ଉପରେ ଜାପାନର ଯୁଦ୍ଧ ବିମାନ ଆକ୍ରମଣରେ ପାଖାପାଖି ୨୦୦ ଲୋକ ପ୍ରାଣ ହରାଇଥିଲେ।

୧୯୫୯ – ସାଇପ୍ରସର ସ୍ୱାଧୀନତା ପାଇଁ ବ୍ରିଟେନ, ତୁର୍କୀ ଏବଂ ଗ୍ରୀସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୮୬ – ଭାରତରେ ପ୍ରଥମ ଥର ପାଇଁ କମ୍ପ୍ୟୁଟରୀକୃତ ରେଳ ସଂରକ୍ଷଣ ଟିକେଟ ପ୍ରଚଳନ କରାଯାଇଥିଲା।

୨୦୦୦ – ଟୁଭାଲୁ ଜାତିସଂଘର ୧୮୯ତମ ସଦସ୍ୟ ହୋଇଥିଲେ।