କୁକୁଡ଼ା ବିରୋଧରେ ମାମଲା ରୁଜୁ!
ଏଭଳି ଅଜବ ମାମଲା କେବେ ଶୁଣିଛନ୍ତି କି?
ଅଜବ ଲାଗୁଥିଲେ ବି ସତ! ପଢନ୍ତୁ ଏଭଳି ଅଦ୍ଭୁତ ଘଟଣା ବିଷୟରେ
କେରଳ, ୧୯/୦୨: ଆପଣମାନେ କେବେ ଶୁଣିଛନ୍ତି କି ପ୍ରାଣୀ ବିରୋଧରେ ମାମଲା ରୁଜୁ। ପ୍ରାଣୀମାନେ ତ ମଣିଷ ମାନଙ୍କ ପରି ନା କିଛି ବୁଝନ୍ତି ନା କିଛି ଶୁଣନ୍ତି ନା କଥା କୁହନ୍ତି। କିନ୍ତୁ ଏହି ଅବୁଝା ପ୍ରାଣୀ ମାନଙ୍କ ବିରୋଧରେ ପୁଣି ଏତଲା। କିଛି ଅଦ୍ଭୁତ ଲାଗୁଚି ଶୁଣିବାକୁ! ଏଭଳି ଏକ ରୋଚକ ଘଟଣା ସାମନାକୁ ଆସିଛି କେରଳର ପଠାନମଥିଟ୍ଟା ଜିଲ୍ଲାରୁ।
କୁକୁଡ଼ା ରାବରେ ଅତିଷ୍ଠ ହୋଇ ପଠାନମଥିଟ୍ଟା ଜିଲ୍ଲାର ପଲ୍ଲିକଲ ନାମକ ଏକ ଗାଁର ରାଧାକୃଷ୍ଣ କୂରୁପ ନାମକ ଜଣେ ବୃଦ୍ଧ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରତିଦିନ ଭୋର ୩ଟାରେ ପଡ଼ୋଶୀ ଅନୀଲ କୁମାରଙ୍କ କୁକୁଡ଼ା ରାବ ତାଙ୍କ ଶାନ୍ତି ଭଙ୍ଗ କରୁଥିବା ବେଳେ ସେ ଶୋଇ ନପାରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଆଜି ଗତି କରୁଥିଲେ। ପରେ ଅସହ୍ୟ ହେବାରୁ ସେ ଆଦୁର ରାଜସ୍ୱ ବିଭାଗୀୟ କାର୍ଯ୍ୟାଳୟ (ଆରଡିଓ)ଙ୍କ ନିକଟରେ ଅଭିଯୋଗ କରିଥିଲେ।
କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଉଭୟ କୁରୁପ ଏବଂ ତାଙ୍କ ପଡ଼ୋଶୀ ଅନିଲ କୁମାରଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ପରେ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଅନୀଲ ତାଙ୍କ କୁକୁଡ଼ାକୁ ତାଙ୍କ ଘରର ଉପର ମହଲାରେ ରଖିଥିଲେ। ତେଣୁ କୁକୁଡ଼ାର ରାବ କୂରୁପଙ୍କ ଘରକୁ ଅତି ଜୋରରେ ଶୁଭୁଥିଲା। ତେଣୁ ବିଚାର ବିଭାଗୀୟ ଅଧିକାରୀ ତାଙ୍କ କୁକୁଡାକୁ ୧୪ ଦିନ ଭିତରେ ଉପର ମହଲାରୁ ଦକ୍ଷିଣ ପାର୍ଶ୍ୱକୁ ସ୍ଥାନାନ୍ତର କରିବାକୁ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣା ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ, ଯାହା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।