ବଦଳିଲେ ୧୮ ଓଏଏସ ଅଫିସର

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ

ଭୁବନେଶ୍ୱର, ୦୩/୦୩: ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୮ ଜଣ ଓଏଏସ ଅଫିସରଙ୍କ ବଦଳି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ କୌଶିକ ପଟ୍ଟନାୟକଙ୍କୁ ମିଳିଛି ଦାୟିତ୍ୱ। ବର୍ତ୍ତମାନ କୌଶିକ କେନ୍ଦୁଝରର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୮ ତାରିଖରେ ୨୨ ଜଣ ଓଏଏସ ଅଫିସରଙ୍କୁ ବଦଳି କରିଥିଲେ ରାଜ୍ୟ ସରକାର।