ଆଜିର ତାରିଖ ୨୦୨୫ ମାର୍ଚ୍ଚ ୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସୁବ୍ରତ ମୁଖାର୍ଜୀ (୫ ମାର୍ଚ୍ଚ ୧୯୧୧ – ୮ ନଭେମ୍ବର ୧୯୬୦) ଭାରତୀୟ ବାୟୁସେନାର ପ୍ରଥମ ଭାରତୀୟ କମାଣ୍ଡର-ଇନ୍-ଚିଫ୍ (ସି-ଇନ୍-ସି) ଏୟାର ମାର୍ଶାଲ। ତାଙ୍କୁ ଭାରତୀୟ ବାୟୁସେନାର ପିତା ବୋଲି କୁହାଯାଏ। ସେ ତାଙ୍କ ଜୀବନକାଳରେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
୨. ଗଙ୍ଗୁବାଇ ହଙ୍ଗଲ (୫ ମାର୍ଚ୍ଚ ୧୯୧୩ – ୨୧ ଜୁଲାଇ ୨୦୦୯) ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଥିଲେ।
୩. ବିଜୟାନନ୍ଦ ପଟ୍ଟନାୟକ (୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭), ବିଜୁ ପଟ୍ଟନାୟକ ନାମରେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ, ବୈମାନିକ ଓ ଶିଳ୍ପପତି ଥିଲେ । ସେ ଦୁଇଥର ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାର୍ଚ୍ଚ ୧୯୭୭ ରୁ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ର କୋଇଲା, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ। ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇ ଶେଷରେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ହୋଇଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଜୁ ବାବୁଙ୍କ ଦ୍ୱାରା ଅନେକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି। ତାଙ୍କ ଜୀବନୀ ଉପରେ ‘ବିଜୁ ବାବୁ’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।
୪. ଶିବାଜୀରାଓ ଗିରଧର ପାଟିଲ (୫ ମାର୍ଚ୍ଚ ୧୯୨୫ – ୨୨ ଜୁଲାଇ ୨୦୧୭), ଜଣେ ଭାରତୀୟ ସମାଜସେବୀ ଏବଂ ମହାରାଷ୍ଟ୍ରର ଜଣେ ରାଜନେତା। ଶ୍ରୀ ପାଟିଲ ବିଭିନ୍ନ ମହାରାଷ୍ଟ୍ର ବିଧାନ ପରିଷଦ, ମହାରାଷ୍ଟ୍ର ବିଧାନସଭା ଏବଂ ପରେ ରାଜ୍ୟସଭାର ମଧ୍ୟ ସଦସ୍ୟ ଥିଲେ। ୨୦୧୩ରେ ତାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଜଲାଲ ଆଗା (୧୧ ଜୁଲାଇ ୧୯୪୫ – ୫ ମାର୍ଚ୍ଚ ୧୯୯୫) ଜଣେ ଭାରତୀୟ ଅଭିନେତା ଏବଂ ବଲିଉଡ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ। ସେ ୬୦ରୁ ଅଧିକ ବଲିଉଡ ଫିଲ୍ମରେ ନଜର ଆସିଛନ୍ତି।
୨. ଚିତ୍ତଜାଲୁ ରାଜୀବଲୋଚନା (୧୫ ଅଗଷ୍ଟ ୧୯୩୫ – ୫ ମାର୍ଚ୍ଚ ୨୦୧୩), ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ। ସେ ରାଜସୁଲୋଚନା ନାମରେ ମଧ୍ୟ ପରିଚିତ ଥିଲେ। ସେ ୩୦୦ରୁ ଅଧିକ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୮୫୧ – ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ପ୍ରତିଷ୍ଠା ହୋଇଥିଲା। ଏହା ଏକ ସରକାରୀ ଅନୁଷ୍ଠାନ ଯାହା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସହ ଜଡିତ ଏକ କାର୍ଯ୍ୟାଳୟ ଅଟେ। ଏହା ଭୂତତ୍ତ୍ୱିକ ସର୍ବେକ୍ଷଣ ଏବଂ ଅଧ୍ୟୟନ କରିଥାଏ ଏବଂ ବିଶ୍ୱର ସବୁଠାରୁ ପୁରୁଣା ସଂଗଠନ ମଧ୍ୟରୁ ଅନ୍ୟତମ।
୧୯୨୩ – ମୋଣ୍ଟାନା ଏବଂ ନେଭାଡା ବାର୍ଦ୍ଧକ୍ୟ ଭତ୍ତା ଆଇନ ପ୍ରଣୟନ କରିବାରେ ପ୍ରଥମ ରାଜ୍ୟ ହୋଇଥିଲେ ।
୧୯୩୧ – ଗାନ୍ଧୀ-ଇର୍ୱିନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଗାନ୍ଧୀଜୀ ଏବଂ ଲର୍ଡ ଇରୱିନଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଲବଣ ପଦଯାତ୍ରା ସହିତ ସତ୍ୟାଗ୍ରହ ଅନ୍ତ ଘଟାଇଥିଲା।
୧୯୪୨ – ଜାପାନୀ ସୈନ୍ୟମାନେ ଡଚ୍ ଇଷ୍ଟଇଣ୍ଡିଜର ରାଜଧାନୀ ବାଟାଭିଆକୁ ଦଖଲ କରିଥିଲେ।
୧୯୪୯ – ଭାରତରେ ଝାଡ଼ଖଣ୍ଡ ପାର୍ଟି ପ୍ରତିଷ୍ଠା ହୋଇଥିଲା ।
୧୯୬୨ – ନେଭାଡା ଟେଷ୍ଟ ସାଇଟରେ ଆମେରିକା ପରମାଣୁ ପରୀକ୍ଷଣ କରିଥିଲା।