ଉତ୍ତର ମାସେଡୋନିଆର ଏକ କ୍ଲବରେ ଭୟାବହ ଅଗ୍ନିକାଣ୍ଡ

୫୧ ମୃତ, ଅନେକ ଆହତ

ମାସେଡୋନିଆ, ୧୬/୦୩: ଉତ୍ତର ମାସେଡୋନିଆର କୋକାନିସ୍ଥିତ ପଲ୍ସ ନାଇଟ୍ କ୍ଲବରେ  ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଏଥିରେ ଅତି କମରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସ୍କୋପ୍ଜେଠାରୁ ପ୍ରାୟ ୧୦୦ କିଲୋମିଟର ପୂର୍ବରେ ଅବସ୍ଥିତ ଏହି ସହରରେ ରବିବାର ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ସମୟରେ କ୍ଲବରେ ପ୍ରାୟ ୧୫୦୦ ଲୋକ ଏହି କନସର୍ଟରେ ଥିଲେ। ଶୋ’ ସମୟରେ ବ୍ୟବହୃତ ପାଇରୋଟେକ୍ନିକ୍ ପ୍ରଭାବ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ‌ ବୋଲି ଅନୁମାନ କରାଯାଉଛି।