ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଭାପତି ହେଲେ ସମୀର ମହାନ୍ତି

ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ

ଭୁବନେଶ୍ୱର, ୨୦/୦୩: ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ସଭାପତି ହେଲେ ଓଡ଼ିଶା ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ବିନା ପ୍ରତିଦ୍ବନ୍ଦିତାରେ ସେ ଓଓଏର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଓଏର ସାଧାରଣ ପରିଷଦର ବୈଠକରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।

ସେହିପରି ବରିଷ୍ଠ କ୍ରୀଡ଼ା ସଂଗଠକ ତଥା ଓଓଏର ସମ୍ପାଦକ ଥିବା ଅଭିଜିତ୍ ପାଲ ପୁଣି ଥରେ ସମ୍ପାଦକ ହୋଇଛନ୍ତି। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ସମସ୍ତ ୨୨ ଜଣ କର୍ମକର୍ତ୍ତା ୨୦୨୫ରୁ ୨୦୨୯ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମାର୍ଚ୍ଚ ୩୦ତାରିଖରେ ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଓଓଏର ନିର୍ବାଚନ ପ୍ରକ୍ରିୟା ଗତ ଫେବୃୟାରୀ ୨୭ ତାରିଖରେ ଆରମ୍ଭ ହୋଇଥିଲା।