ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ
୨୨ ମାଓବାଦୀ ନିପାତ, ଜଣେ ଜବାନ ସହିଦ
ବିଜାପୁର/କାଙ୍କେର, ୨୦/୦୩: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୮ ମାଓବାଦୀ ନିହତ ହୋଇଥିବା ବେଳେ ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି।
ସକାଳ ୭ଟାରୁ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଛି। ମାଓ ବିରୋଧୀ ଅଭିଯାନରେ ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗଙ୍ଗାଲୁର ଥାନା ଅଧୀନରେ ଏକ ମିଳିତ ଟିମ୍ ମୁତୟନ କରାଯାଇଥିଲା। ଏହି ଅଞ୍ଚଳରୁ ଆହୁରି ଅଧିକ ମୃତଦେହ ମିଳିପାରେ। ତେଣୁ ସର୍ଚ୍ଚ ଅପରେସନ ଜାରି ରହିଛି।
ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଜଙ୍ଗଲ ମଧ୍ୟରେ ବଡ଼ ଧରଣର ମାଓ ବେସକ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ଏବେ ବି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ସେହିପରି ଛତିଶଗଡ଼ର କାଙ୍କେର ଜିଲ୍ଲାର ଅନ୍ୟ ଏକ ସ୍ଥାନରେ ଗୁଳିବିନିମୟ ପରେ ଆଉ ୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।