ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଭାଟି ଏବଂ ଘରେ ଆୟକର ବିଭାଗର ଚଢ଼ାଉ

୧୦ କୋଟି କ୍ୟାସ ଜବତ

ଅନୁଗୁଳ, ୨୦/୦୩: ଅନୁଗୁଳ କରଡ଼ଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ଉ। ଆଜି ସକାଳୁ କରଡ଼ଗାଡ଼ିଆରେ ଥିବା ବିକ୍ରମ ସାହୁଙ୍କ ଘର ସମେତ ବିଭିନ୍ନ ପ୍ରତିଷ୍ଠାନରେ‌ ଚାଲିଛି ରେଡ। କରଡ଼ାଗାଡିଆଠାରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚଢ଼ାଉ ଚାଲିଛି।

ଶକ୍ତି ଇଣ୍ଟର ନ୍ୟାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ଜାଗାରେ ଚାଲିଛି ଚଢ଼ଉ। ଶକ୍ତି ମଲ୍ଟ ଏୟାର ଲିମୋନେଡ ପ୍ରାଇଭେଟ୍ ଲିମିଟେଡ ଢେଙ୍କାନାଳ ଅଧିନରେ ଥିବା ବିଭିନ୍ନ ସଂସ୍ଥା ଯେପରିକି ଶକ୍ତି ହରାଇଜଣ୍ଟାଲ, ଶକ୍ତି କଣ୍ଟିନେଣ୍ଟାଲ, ଶକ୍ତି ଅନ୍ନପୂର୍ଣ୍ଣା ରାଇସ ମିଲ, ଶକ୍ତି ପେଟ୍ରୋଲ ପମ୍ପରେ ଚାଲିଛି ଚଢ଼ଉ। ବିକ୍ରମଙ୍କ ସମୁଦି ପାରଳାଖେମୁଣ୍ଡିର ତିରୁପତି ସାହୁକାରଙ୍କ ଘରେ ବି ଚଢ଼ଉ ଚାଲିଛି। ଏହି ଚଢ଼ାଉରେ ଆୟକର ବିଭାଗର ୯ ଜଣିଆ ଟିମ ସାମିଲ ଅଛନ୍ତି। ତେବେ ଚଢ଼ାଉ ବେଳେ ବିକ୍ରମଙ୍କ ଘରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାସ ଜବତ କରିଛି ଆୟକର ବିଭାଗ। ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି‌।