ପୁଣି ସସପେଣ୍ଡ ହେଲେ ତାରା

କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଗୃହରୁ ନିଲମ୍ବିତ କଲେ ବାଚସ୍ପତି

କଂଗ୍ରେସର ସବୁ ବିଧାୟକ ସସପେଣ୍ଡ

ଭୁବନେଶ୍ୱର, ୨୬/୦୩: ପୁଣି ଥରେ ବିଧାନସଭାରୁ ସସପେଣ୍ଡ ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସର ଆଉ ଦୁଇ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଚନ୍ଦ୍ର ଜେନାଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଛନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଭୟ ବାଚସ୍ପତିଙ୍କ ପୋଡିୟମ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ସମାନ କାରଣରୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଥିଲା।