ଭିଜିଲାନ୍ସ ଜାଲରେ ଅଙ୍ଗନୱାଡ଼ି ସୁପରଭାଇଜର

୫୦ ହଜାର ଲାଞ୍ଚ ଟଙ୍କା ଜବତ

ଭୁବନେଶ୍ୱର, ୨୭/୦୩: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଅଙ୍ଗନୱାଡ଼ି ସୁପରଭାଇଜର କୋରାପୁଟ ଲକ୍ଷ୍ମୀପୁର ବ୍ଲକର ସୁପରଭାଇଜର ରେଣୁକା ପଟ୍ଟନାୟକ। ନୂତନ ଭାବେ ନିଯୁକ୍ତି ପାଇଥିଲେ ଅଙ୍ଗନୱାଡ଼ି କର୍ମୀ।

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ନୂଆ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ଟଙ୍କା ମାଗିଥିଲେ। ନିଯୁକ୍ତି ପାଇବା ଦିନଠାରୁ ହିଁ ଲାଞ୍ଚ ମାଗୁଥିଲେ। ଆଜି ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଦୁଇଟି ଭିଜିଲାନ୍ସ ଟିମ୍।