ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି

ବଢିବ କି ପେଟ୍ରୋଲ ଓ ଡିଜେଲ୍ ଦର?

ନୂଆଦିଲ୍ଲୀ, ୦୭/୦୪: କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛନ୍ତି। ସଂଶୋଧିତ ଉତ୍ପାଦ ଶୁଳ୍କ ୨୦୨୫ ଏପ୍ରିଲ ୮ରୁ ଲାଗୁ ହେବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ପେଟ୍ରୋଲ ଉପରେ ଉତ୍ପାଦଶୁଳ୍କ ଲିଟର ପିଛା ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଉତ୍ପାଦ ଶୁଳ୍କ ବଢିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ସମାନ ରହିବ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱସ୍ତି କରାଯାଇଛି। ଉତ୍ପାଦ ଶୁଳ୍କ ହାର ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ବୃଦ୍ଧି ହେବ ନାହିଁ।