ମନୋଜ କୁମାର ପରିଡ଼ା ନୂଆ ମୁଖ୍ୟ ସୂଚନା କମିଶନର

୩ ଜଣ ନୂଆ ସୂଚନା କମିଶନର ନିଯୁକ୍ତ

ଭୁବନେଶ୍ୱର, ୦୯/୦୪: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମନୋଜ କୁମାର ପରିଡ଼ା (ଏଜିଏମ୍ୟୁଟି କ୍ୟାଡର)ଙ୍କୁ ଓଡ଼ିଶାର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ୩ ଜଣ ସୂଚନା କମିଶନର ଯଥାକ୍ରମେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ; ଓଡ଼ିଶା ହାଇକୋର୍ଟର ଆଇନଜୀବୀ କଳ୍ପନା ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପବିତ୍ର ମଣ୍ଡଳଙ୍କୁ ନିଯୁକ୍ତ କରାଯାଇଛି।