ଆଜିର ତାରିଖ ୦୯ ଏପ୍ରିଲ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ରାହୁଲ ସଂକ୍ରାନ୍ତ୍ୟାୟନ (୯ ଅପ୍ରେଲ ୧୮୯୩ – ୧୪ ଅପ୍ରେଲ ୧୯୬୩) ଜଣେ ପଣ୍ଡିତ ଓ ଲେଖକ ଥିଲେ। ତାଙ୍କୁ “ଭାରତୀୟ ଭ୍ରମଣ ସାହିତ୍ୟର ପିତା” ଏବଂ “ମହାପଣ୍ଡିତ” (ମହାନ ପଣ୍ଡିତ) ମଧ୍ୟ କୁହାଯାଏ। ସେ ଉଭୟ ପଲିମ୍ୟାଥ ଓ ପଲିଗ୍ଲୋଟ୍ ଥିଲେ। ୧୯୬୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
୨. ଶରଣ ରାଣୀ (୯ ଅପ୍ରେଲ ୧୯୨୯ – ୮ ଅପ୍ରେଲ ୨୦୦୮) ଜଣେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ଓ ସଙ୍ଗୀତ ପଣ୍ଡିତ ଥିଲେ। ପଞ୍ଚଦଶରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ତାଙ୍କର ୩୭୯ଟି ବାଦ୍ୟଯନ୍ତ୍ରର ସଂଗ୍ରହ କରିଥିଲେ। ଯାହା ବର୍ତ୍ତମାନ ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ “ଶରଣ ରାଣୀ ବାକଲିୱାଲ ଗ୍ୟାଲେରି ଅଫ୍ ମ୍ୟୁଜିକାଲ୍ ଇନଷ୍ଟ୍ରୁମେଣ୍ଟ”ରେ ରହିଛି।
୩. ଜୟା ବଚ୍ଚନ ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ରାଜନେତ୍ରୀ। ସେ ସମାଜବାଦୀ ପାର୍ଟି (ଏସ୍ ପି) ସହ ଜଡ଼ିତ ଅଛନ୍ତି ଏବଂ ୨୦୦୪ରୁ ୪ ଥର ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କ୍ୟାରିୟରରେ ସେ ୯ଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ୨୦୦୭ ମସିହାରେ ତାଙ୍କୁ ଫିଲ୍ମଫେୟାର ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
ଶକ୍ତି ସାମନ୍ତ (୧୩ ଜାନୁଆରୀ ୧୯୨୬ – ୯ ଅପ୍ରେଲ ୨୦୦୯) ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ସେ ୧୯୫୭ ମସିହାରେ ଶକ୍ତି ଫିଲ୍ମସ ନାମରେ ଏକ ପ୍ରଯୋଜନା ସଂସ୍ଥା ପ୍ରତିଷ୍ଠା କରିଥିଲେ।
୨. ଆଲେ ନରେନ୍ଦ୍ର (୨୧ ଅଗଷ୍ଟ ୧୯୪୬ – ୯ ଅପ୍ରେଲ ୨୦୧୪) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ସେ ଭାରତର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଲୋକ ସଭାର ସଦସ୍ୟ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୪୧୩ – ହେନରୀ ପଞ୍ଚମ ୱେଷ୍ଟମିନିଷ୍ଟର ଆବେଠାରେ ଇଂଲଣ୍ଡର ରାଜା ହୋଇଥିଲେ।
୧୪୪୦ – ବାଭାରିଆର କ୍ରିଷ୍ଟୋଫର ଡେନମାର୍କର ରାଜା ହୋଇଥିଲେ।
୧୪୫୪ – ମିଲାନ ଏବଂ ଭେନିସ ମଧ୍ୟରେ ଲୋଦିର ଶାନ୍ତି ସ୍ୱାକ୍ଷରିତ ହୋଇଥିଲା।
୧୬୦୯ – ସ୍ପେନ୍ ଓ ନେଦରଲ୍ୟାଣ୍ଡ ମଧ୍ୟରେ ୧୨ ବର୍ଷିଆ ପ୍ରତିରୋଧକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୬୯୧ – ଫ୍ରାନ୍ସ ସୈନ୍ୟମାନେ ମୋନ୍ସକୁ ଦଖଲ କରିଥିଲେ ।
୧୭୨୨ – ଗଣିତଜ୍ଞ ଜିନ୍-ବାପ୍ଟିଷ୍ଟ ଲେ ରୋଣ୍ଡ ଡି’ଆଲେମବର୍ଟ ଫ୍ରାନ୍ସ ଏକାଡେମୀ ଅଫ୍ ସାଇନ୍ସର ସ୍ଥାୟୀ ସଚିବ ହୋଇଥିଲେ।
୧୭୮୩ – ଟିପୁ ସାହିବ ଇଂରେଜମାନଙ୍କୁ ଭାରତର ବେଦନୋରରୁ ବାହାର କରି ଦେଇଥିଲେ।
୧୮୭୦ – ଆମେରିକୀୟ ଦାସତ୍ୱ ବିରୋଧୀ ସୋସାଇଟିକୁ ଭାଙ୍ଗି ଦିଆଯାଇଥିଲା।
୧୯୪୦ – ଅପରେସନ ୱେସେରୁବୁଙ୍ଗ: ଜର୍ମାନୀ ଡେନମାର୍କ ଏବଂ ନରୱେ ଉପରେ ଆକ୍ରମଣ କରିଥିଲା।
୧୯୫୫ – ଆମେରିକା ନେଭାଡା ଟେଷ୍ଟ ସାଇଟରେ ପରମାଣୁ ପରୀକ୍ଷଣ କରିଥିଲା।
୨୦୧୧ – ଲୋକପାଳ ଆଇନ ପ୍ରଣୟନ ଦାବିକୁ ସରକାର ଗ୍ରହଣ କରିବା ପରେ ଆନ୍ନା ହଜାରେ ଆମରଣ ଅନଶନ ଶେଷ କରିଥିଲେ।