ନାମାଙ୍କନ ଭରିଲେ ନବୀନ

ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର, ୧୭/୦୪: ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ। ନବମ ଥର ପାଇଁ ବିଜେଡ଼ି ସଭାପତି ପାଇଁ ନାମାଙ୍କନ ଭରିଛନ୍ତି। ସଭାପତି ଦୌଡ଼ରେ ଅନ୍ୟ କୌଣସି ଦଳୀୟ ନେତା ନଥିବାରୁ ନବୀନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୧୯ ତାରିଖରେ ଆନୁଷ୍ଠାନିକ ଭାବେ ବିଜେଡ଼ି ସଭାପତି ଭାବେ ନବୀନଙ୍କ ନାମ ଘୋଷଣା ହେବ‌।