ହାଇଟେକ ବିଜ୍ଞାନ ମହାବିଦ୍ୟାଳୟର ଗ୍ରୀଷ୍ମ ଉତ୍ସବ ୨୦୨୫ ଉଦ୍ଘାଟିତ
ପାଠପଢ଼ା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ଜରୁରୀ: ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ସାହୁ
ଭୁବନେଶ୍ୱର, ୧୭/୦୪: ଭୁବନେଶ୍ବର ସ୍ଥିତ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କର ଏକ ବିଶେଷ ଗ୍ରୀଷ୍ମକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରୀଷ୍ମ ଉତ୍ସବ ୨୦୨୫ ମହା ସମାରୋହରେ ଉଦ୍ଘାଟିତ ହୋଇଛି। ଏହାକୁ ହାଇଟେକ ଗ୍ରୁପର ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ଉଦ୍ଘାଟନ କରିଥିବା ବେଳେ ଅଧକ୍ଷ ଡ଼ଃ ଚିତ୍ତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କର ପାଠ ପଢା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ପାଠପଢାର ପରିଧି ଭିତରେ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ବ୍ୟଥାତୁର ହୋଇଉଠନ୍ତି। କିନ୍ତୁ ସେମାନଙ୍କୁ ପାଠପଢାକୁ ଅତି ସହଜ ସରଳ କରିବା ପାଇଁ ସେମାନଙ୍କ ମନ ଭିତରେ ଆନନ୍ଦ ଓ ସ୍ମୃତି ଆଣିବା ପାଇଁ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ତରଫରୁ ବିଦ୍ୟାର୍ଥୀ ମାନଙ୍କ ଭିତରେ ଲୋକାୟିତ ହୋଇ ରହିଥିବା କ୍ରୀଡା, ସଂଗୀତ, ନୃତ୍ୟ ଏବଂ ଅନ୍ୟାନ୍ଯ କଳା ବୈଭବକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ ମାତ୍ର ବୋଲି ଅଧକ୍ଷ ଡ. ଚିତ୍ତରଞ୍ଜନ ସାହୁ ଜଣାଇଛନ୍ତି। ଶତାଧିକ ପିଲାମାନଙ୍କ ଦ୍ବାରା ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହାକୁ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ତଥା ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଡ. ଚିତ୍ତରଞ୍ଜନ ସାହାଣୀ ପରିଚାଳନା କରିଥିବା ବେଳେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଶୁଭଦର୍ଶିନୀ ସାହୁ, ବିଶ୍ବଜିତ ବେହେରା, ଆଲୋକ ରଞ୍ଜନ ସେନାପତି ପରିଚାଳନାରେ ସାହାଯ୍ୟ କରିଥିଲେ। ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ବିଦ୍ୟାର୍ଥୀ ମାନଙ୍କୁ ଶାନ୍ତି ଶୃଙ୍ଖଳା ସହ ଜୀବନ ବିତାଇବା ପାଇଁ କର୍ମ ପ୍ରେରଣା ଯୋଗାଉଥିବା ବେଳେ ବରିଷ୍ଠ ଇଂରାଜୀ ବିଭାଗ ଅଧ୍ୟାପକ ଡ. ସରତ କୁମାର ନାୟକ ଏବଂ ପଦାର୍ଥ ବିଭାଗର ଅଧ୍ୟାପକ ଡ଼ ମୁରଲୀଧର ସ୍ବାଇଁ ବିଦ୍ୟାର୍ଥୀମାନଙ୍କ ଜୀବନକୁ ସରସ ସୁନ୍ଦର କରିବାକୁ ହେଲେ ସରଳ ଏବଂ ନିରାଡ଼ମ୍ବର ଜୀବନ ବିତେଇବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଶରୀରତତ୍ତ୍ୱ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅକ୍ଷୟ କୁମାର ମିଶ୍ର ବିଦ୍ୟାର୍ଥୀ ମାନଙ୍କୁ ଆଧ୍ୟାତ୍ମିକ ଏବଂ ସାଧାରଣ ଜୀବନ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥିଲେ।