ୱାକଫ ବୋର୍ଡରେ ନୂତନ ନିଯୁକ୍ତି ଓ ପରିବର୍ତ୍ତନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ମେ ୫ରେ ୱାକଫ ଆଇନକୁ ନେଇ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ, ୧୭/୦୫: ଓ୍ଵାକଫ୍ ଆଇନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ୱାକଫ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକାଧିକ ଆବେଦନର ଆଜି ଶୁଣାଣି ହୋଇଛି। ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି।
ୱାକଫ ଆଇନକୁ ନେଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବୋର୍ଡରେ ନୂତନ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଆଇନରେ ପରିବର୍ତ୍ତନରେ ମଧ୍ୟ ରୋକ ଲାଗିଛି।
ସୁପ୍ରିମକୋର୍ଟ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ୭ ଦିନର ସମୟ ଦେଇଛନ୍ତି। ଆସନ୍ତା ମେ ୫ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି। ଏହା ପୂର୍ବରୁ ୨୮ ଏପ୍ରିଲ୍ ସୁଦ୍ଧା କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖିବେ।
ଏହି ଆଇନରେ କିଛି ସକାରାତ୍ମକ କଥା ରହିଛି। କିନ୍ତୁ, ଆମେ ମଧ୍ୟ ଚାହୁଁନାହୁଁ ଯେ ବର୍ତ୍ତମାନ ଯେଉଁ ପରିସ୍ଥିତି ରହିଛି, ତା ମଧ୍ୟରେ ଏହାକୁ ଆହୁରି ଅଧିକ ଜଟିଳ କରାଯାଉ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି।