ଭୁବନେଶ୍ୱର, ୧୮/୦୪: ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଏପ୍ରିଲ ୨୨ ସୁଦ୍ଧା ରାସନ କାର୍ଡ ଛପା କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଖାଦ୍ୟ ଯୋଗାଣ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେଉଁମାନେ ଯୋଗ୍ୟ ହିତାଧିକାରୀ କିନ୍ତୁ ରାସନ୍ କାର୍ଡରୁ ବାଦ୍ ପଡିଛନ୍ତି, ସେମାନଙ୍କୁ ତୁରନ୍ତ ରାସନ୍ କାର୍ଡ ବଣ୍ଟନ କରାଯିବ। ବ୍ଲକ ଓ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା କାର୍ଡ ବଣ୍ଟନ କରାଯିବ।
ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ବିଦେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ ଅସତ୍ ଉପାୟରେ କାର୍ଡ ନେଇଛନ୍ତି ସରକାର ସେମାନଙ୍କୁ ଯାଞ୍ଚ କରନ୍ତୁ। କାର୍ଡ ବାଣ୍ଟିବା ବେଳେ ନିରପେକ୍ଷତା ଅବଲମ୍ବନ କରନ୍ତୁ। ଦଳୀୟ ଭିତ୍ତିରେ କାର୍ଡ ବଣ୍ଟନ କରାନଯାଉ। ସରକାର ଯେଉଁ ଆଦେଶନାମା ଜାରି କରିଛନ୍ତି, ତାକୁ ତଳସ୍ତରର ଅଧିକାରୀ ନିର୍ଦ୍ଦିଷ୍ଟ ଭାବେ ପାଳନ କରିବା ଉଚିତ୍ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।