ଭୁବନେଶ୍ୱର, ୨୧/୦୪: ଆଜି ସମ୍ୱଲପୁରରେ ଜନ ଶୁଣାଣି ଶିବିରରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାନଗର ନିଗମ କାର୍ଯ୍ୟାଳୟରେ ଚାଲିଥିବା ଶୁଣାଣି ପାଇଁ ହଜାର ହଜାର ଲୋକ ପଞ୍ଜୀକରଣ କରିଛନ୍ତି। ଅଭିଯୋଗ ଶୁଣାଣି ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହି ଶିବିରରେ ବିଭିନ୍ନ ବିଭାଗର ୧୩ ଜଣ ସଚିବ ଏବଂ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ୧୧ ଜଣ ମନ୍ତ୍ରୀ ସାମିଲ ଥିଲେ।
ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ପହଞ୍ଚି ମା’ ସମଲେଇ ମନ୍ଦିର ଦର୍ଶନ କରିଥିଲେ। ଏହା ସହ ସମଲେଇ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ।