“ଆୱାର ପାୱାର ଆୱାର ପ୍ଲାନେଟ”

‘ବିଶ୍ୱ ପୃଥିବୀ ଦିବସ’ ବିଷୟରେ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୨ ଏପ୍ରିଲ୍ ୨୦୨୫

ବିଶ୍ୱ ପୃଥିବୀ ଦିବସ – ପ୍ରତିବର୍ଷ ଏପ୍ରିଲ୍ ମାସ ୨୨ ତାରିଖକୁ ପୃଥିବୀ ଦିବସ ଭାବେ ପାଳନ କରାଯାଏ। ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନଙ୍କ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଏହା ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ୧୯୫ଟି ଦେଶରେ ପୃଥିବୀ ଦିବସ ପାଳିତ ହେଉଛି। ସମଗ୍ର ବିଶ୍ୱରେ ପୃଥିବୀର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୨୦୨୫ ର ଥିମ୍ ହେଉଛି “ଆୱାର ପାୱାର ଆୱାର ପ୍ଲାନେଟ”।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଦ୍ୱିତୀୟ ଆକବର (୨୨ ଅପ୍ରେଲ ୧୭୬୦ – ୨୮ ସେପ୍ଟେମ୍ବର ୧୮୩୭) ମୋଗଲ ବଂଶର ୧୮ତମ ସମ୍ରାଟ ଥିଲେ। ସେ ଦ୍ୱିତୀୟ ଶାହା ଆଲାମଙ୍କ ପୁତ୍ର ଥିଲେ ଏବଂ ୧୮୦୬ ରୁ ୧୮୩୭ ପର୍ଯ୍ୟନ୍ତ ଶାସନ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଯୋଗେଶ ଚନ୍ଦ୍ର ଚାଟାର୍ଜୀ (୧୮୯୫ – ୨୨ ଅପ୍ରେଲ ୧୯୬୯) କାକୋରୀ ଘଟଣାର ଜଣେ ବିପ୍ଳବୀ ଥିଲେ। କାକୋରୀ ମାମଲାରେ ତାଙ୍କୁ ଗିରଫ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ମୁକୁଳିବା ପରେ ସେ କ୍ରାନ୍ତିକାରୀ ସମାଜବାଦୀ ପାର୍ଟି ନାମରେ ଏକ ସଂଗଠନ ଗଠନ କରିଥିଲେ। ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୦୦ – ପର୍ତ୍ତୁଗିଜ ନାବିକ ପେଡ୍ରୋ ଲଭାର କାବ୍ରାଲ ବ୍ରାଜିଲ ଆବିଷ୍କାର କରିଥିଲେ।

୧୫୨୧ – ଫ୍ରାନ୍ସ ସମ୍ରାଟ ଫ୍ରାନ୍ସୋଇସ୍ ପ୍ରଥମ ସ୍ପେନ୍ ଉପରେ ଆକ୍ରମଣ ଘୋଷଣା କରିଥିଲେ।

୧୯୦୬ – ଗ୍ରୀସର ଏଥେନ୍ସଠାରେ ଦଶମ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହୋଇଥିଲା।

୧୯୨୧ – ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ।

୧୯୨୬ – ପାର୍ସିଆ, ତୁର୍କୀ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ସୁରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୩୧ – ଇଜିପ୍ଟ ଓ ଇରାକ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୫୪ – ତତ୍କାଳୀନ ସୋଭିଏତ ରୁଷିଆ ୟୁନେସ୍କୋରେ ଯୋଗ ଦେଇଥିଲା।

୧୯୫୮ – ଆଡମିରାଲ ଆରଡି କଟାରୀ ଭାରତୀୟ ନୌସେନାର ପ୍ରଥମ ମେଜର ହୋଇଥିଲେ।

୧୯୬୬ – ତତ୍କାଳୀନ ସୋଭିଏତ ରୁଷିଆ ଭୂତଳ ପରମାଣୁ ପରୀକ୍ଷଣ କରିଥିଲା।

୧୯୮୩ – ମହାକାଶଯାନ “ସୋୟୁଜ ଟି-୮” ପୃଥିବୀକୁ ଫେରିଥିଲା।

୨୦୦୮ – ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଲୁଡୱିଗ୍ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

୨୦୧୬ – ୧୭୫ଟି ଦେଶର ପ୍ରତିନିଧି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଏକତ୍ରିତ ହୋଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପ୍ୟାରିସ୍ ଚୁକ୍ତିସ୍ୱାକ୍ଷର କରିଥିଲେ।