ଆଜି ବିଶ୍ୱ ପୁସ୍ତକ ଓ କପିରାଇଟ ଦିବସ ଏବଂ ବିଶ୍ୱ ଇଂରାଜୀ ଦିବସ

ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୩ ଏପ୍ରିଲ୍ ୨୦୨୫

୧. ବିଶ୍ୱ ପୁସ୍ତକ ଓ କପିରାଇଟ୍ ଦିବସ: ୧୯୯୮ ମସିହାରେ ୟୁନେସ୍କୋ ଦ୍ୱାରା ବହି ପଢିବା, ଲେଖିବା, ଅନୁବାଦ କରିବା ଓ ପ୍ରକାଶନ କରିବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୩ ଏପ୍ରିଲ୍ କୁ ବିଶ୍ୱ ପୁସ୍ତକ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା।

୨. ବିଶ୍ୱ ଇଂରାଜୀ ଦିବସ: ପ୍ରତିବର୍ଷ ଏପ୍ରିଲ ୨୩ ତାରିଖରେ ପାଳନ କରାଯାଏ। ପ୍ରଖ୍ୟାତ ଇଂରାଜୀ ନାଟ୍ୟକାର ତଥା କବି ୱିଲିୟମ ସେକ୍ସପିୟରଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହି ଦିବସ ପାଳନ କରାଯାଏ। ବିଶ୍ୱସ୍ତରରେ ଇଂରାଜୀ ଭାଷାର ମହତ୍ତ୍ୱକୁ ବୁଝାଇବା ପାଇଁ ଏହି ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ସ୍ତରରେ ଭାବ ବିନିମୟ ପାଇଁ ଇଂରାଜୀ ଏକ ପ୍ରମୁଖ ଭାଷା ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଗଙ୍ଗା ପ୍ରସାଦ ଶ୍ରୀବାସ୍ତବ (୨୩ ଅପ୍ରେଲ ୧୮୮୯ – ୩୦ ଅଗଷ୍ଟ ୧୯୭୬) ଜଣେ ପ୍ରଖ୍ୟାତ ହିନ୍ଦୀ ଲେଖକ ଥିଲେ। ସେ ଅନେକ ନାଟକରେ ମଧ୍ୟ ଅଭିନୟ କରିଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଉସ୍ତାଦ ବଡେ ଗୁଲାମ ଅଲ୍ଲୀ ଖାନ (୨ ଏପ୍ରିଲ ୧୯୦୨ – ୨୩ ଏପ୍ରିଲ ୧୯୬୮) ଭାରତର ଶ୍ରେଷ୍ଠ ଗାୟକ ଏବଂ ସଙ୍ଗୀତଜ୍ଞମାନଙ୍କ ମଧ୍ୟରେ ପରିଗଣିତ ହୋଇଥିଲେ।

୨. ସତ୍ୟଜିତ ରାୟ (୨ ମଇ ୧୯୨୧ – ୨୩ ଅପ୍ରେଲ ୧୯୯୨), ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିତ୍ୱ। ପ୍ରଯୋଜନା, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି ମଧ୍ୟ କରନ୍ତି। ଜଣେ ଚଳଚ୍ଚିତ୍ର ନିର୍ମାତା ହେବା ବ୍ୟତୀତ ସେ ଜଣେ କାହାଣୀ ଲେଖକ, ଚିତ୍ରଶିଳ୍ପୀ ଏବଂ ଚଳଚ୍ଚିତ୍ର ସମୀକ୍ଷକ ମଧ୍ୟ ଥିଲେ। ସେ ତାଙ୍କ ଜୀବନରେ ଫିଚର ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ସମେତ ୩୭ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ପଥର ପାଞ୍ଚାଲି’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ “ଶ୍ରେଷ୍ଠ ମାନବ ଦସ୍ତାବିଜ” ପୁରସ୍କାର ସମେତ ମୋଟ ୧୧ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଥିଲା। ବିଶ୍ବରେ ଭାରତୀୟ ଚଳଚ୍ଚିତ୍ରକୁ ନୂଆ ପରିଚୟ ଦେଇଥିବା ସତ୍ୟଜିତ ରାୟଙ୍କୁ ଭାରତ ରତ୍ନ (୧୯୯୨) ବ୍ୟତୀତ ପଦ୍ମଶ୍ରୀ (୧୯୫୮), ପଦ୍ମଭୂଷଣ (୧୯୬୫), ପଦ୍ମବିଭୂଷଣ (୧୯୭୬) ଏବଂ ରାମନ ମ୍ୟାଗ୍ସେସେ ପୁରସ୍କାର (୧୯୬୭)ରେ ସମ୍ମାନିତ କରାଯାଇଛି। ସମ୍ମାନଜନକ ‘ଓସ୍କାର’ ସମ୍ମାନରେ ସମ୍ମାନିତ ହେବା ସହ ୩୨ଟି ଜାତୀୟ ପୁରସ୍କାରପ୍ରାପ୍ତ ହୋଇଛନ୍ତି।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୬୬୧ – ଲଣ୍ଡନରେ ବ୍ରିଟିଶ ସମ୍ରାଟ ଦ୍ୱିତୀୟ ଚାର୍ଲସଙ୍କ ରାଜ୍ୟାଭିଷେକ ହୋଇଥିଲା।

୧୮୯୧ – ଋଷର ରାଜଧାନୀ ମସ୍କୋରୁ ଇହୁଦୀମାନଙ୍କୁ ବହିଷ୍କାର କରାଗଲା।

୧୯୦୮ – ଜର୍ମାନୀ, ଡେନମାର୍କ, ବ୍ରିଟେନ, ସ୍ୱିଡେନ, ହଲାଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଉତ୍ତର ଆଟଲାଣ୍ଟିକ ସଂଗଠନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୩୫ – ୟୁରୋପୀୟ ଦେଶ ପୋଲାଣ୍ଡ ସମ୍ବିଧାନ ଗ୍ରହଣ କଲା।

୧୯୮୧ – ସୋଭିଏତ ୟୁନିୟନ ଭୂତଳ ପରମାଣୁ ପରୀକ୍ଷଣ କରିଥିଲା।

୨୦୦୫ – ୟୁଟ୍ୟୁବରେ ପ୍ରଥମ ଭିଡି଼ଓ ଅପଲୋଡ ହୋଇଥିଲା।

୨୦୧୪ – ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଭୟଙ୍କର ରେଳ ଦୁର୍ଘଟଣାରେ ଅତି କମରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୮୦ରୁ ଅଧିକ ଆହତ ହୋଇଥିଲେ।