ଜମ୍ମୁ-କାଶ୍ମୀରରେ ସକ୍ରିୟ ଅଛନ୍ତି ୧୧୫ ପାକିସ୍ତାନୀ ଆତଙ୍କବାଦୀ

ଗୁଇନ୍ଦା ସୂତ୍ରରୁ ମିଳିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ, ୨୩/୦୪: ଗତ କାଲି ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ୪୨ଟି ସକ୍ରିୟ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ରହିଛି।

କେବଳ କାଶ୍ମୀର ଉପତ୍ୟକାରେ ଏବେ ପ୍ରାୟ ୭୦ରୁ ୭୫ ଜଣ ଆତଙ୍କବାଦୀ ସକ୍ରିୟ ଥିବା ବେଳେ ଜମ୍ମୁ, ରାଜୌରୀ ଓ ପୁଞ୍ଚ ଅଞ୍ଚଳରେ ୬୦ରୁ ୬୫ ଜଣ ସକ୍ରିୟ ଅଛନ୍ତି। ଏହି ଘାଟି ଗୁଡିକରେ ଆନୁମାନିକ ୧୧୦ରୁ ୧୩୦ ଜଣ ଆତଙ୍କବାଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ ପାକିସ୍ତାନୀ ନାଗରିକ ବୋଲି ଜଣାପଡ଼ିଛି।