୧୭ ବର୍ଷ ପୂର୍ବେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ

ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୨୮ ଏପ୍ରିଲ୍ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଅନୁପ୍ରିୟା ପଟେଲ(୨୮ ଏପ୍ରିଲ୍ ୨୦୨୫), ଭାରତର ସପ୍ତଦଶ ଲୋକସଭାର ସାଂସଦ ଅଟନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୦୨୧ ଜୁଲାଇ ୭ତାରିଖରେ ଅନୁପ୍ରିୟା ପଟେଲଙ୍କୁ ‘ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ’ ଦାୟିତ୍ୱ ଦିଆଯାଇଥିଲା।

୨. ସମୀର ରଞ୍ଜନ ବର୍ମନ ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ସେ ତ୍ରିପୁରାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ। ସମୀର ରଞ୍ଜନ ବର୍ମନ ୧୯ ଫେବୃଆରୀ ୧୯୯୨ରୁ ୧୦ ମାର୍ଚ୍ଚ ୧୯୯୩ ପର୍ଯ୍ୟନ୍ତ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ବିନାୟକ କୃଷ୍ଣ ଗୋକାକ (୯ ଅଗଷ୍ଟ ୧୯୦୯ – ୨୮ ଅପ୍ରେଲ ୧୯୯୨) ‘ଜ୍ଞାନପୀଠ ପୁରସ୍କାର’ରେ ସମ୍ମାନିତ ବିଶିଷ୍ଟ କନ୍ନଡ଼ ଲେଖକ। ସେ ଜଣେ କବି, ଉପନ୍ୟାସକାର, ସମାଲୋଚକ, ନାଟ୍ୟକାର ଓ ପ୍ରବନ୍ଧକାର ମଧ୍ୟ ଥିଲେ।

୨. ତ୍ରିଶୂର ଭେଙ୍ଗାରାମ ସୁନ୍ଦରମ୍ ଆୟଙ୍ଗର (୨୨ ମାର୍ଚ୍ଚ ୧୮୭୭ – ୨୮ ଅପ୍ରେଲ ୧୯୫୫) ଜଣେ ଭାରତୀୟ ଶିଳ୍ପପତି ଏବଂ ଅଟୋମୋବାଇଲ କ୍ଷେତ୍ରରେ ଅଗ୍ରଣୀ ଉଦ୍ୟୋଗୀ ଥିଲେ। ୧୯୩୦ ଦଶକରେ, ଯେତେବେଳେ ମୋଟର ଯାତ୍ରା ଏକ ବିରଳ ସ୍ୱପ୍ନ ଥିଲା, ଟିଭି ସୁନ୍ଦରମ୍ ଆୟଙ୍ଗର ମଦୁରାଇର ଗ୍ରାମୀଣ ଅଞ୍ଚଳରେ ଏକ ବସ୍ ସେବା ଆରମ୍ଭ କରିଥିଲେ । ୧୯୧୧ ମସିହାରେ ସେ ‘ଟିଭି ସୁନ୍ଦରମ୍ ଆୟଙ୍ଗର ଆଣ୍ଡ ସନ୍ସ’ ନାମରେ ଏକ ବସ୍ କମ୍ପାନି ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଅଟୋମୋବାଇଲ ଶିଳ୍ପରେ ବିକଶିତ ହୋଇଥିଲା। ଏହି ଗ୍ରୁପ୍ ପରେ ‘ଟିଭିଏସ୍ ଗ୍ରୁପ୍’ ପାଲଟିଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୨୦୨ – ଇଂଲଣ୍ଡର ରାଜା ଜନ୍ ଙ୍କୁ ରାଜା ଦ୍ୱିତୀୟ ଫିଲିପ୍ ଫ୍ରାନ୍ସରୁ ବହିଷ୍କାର କରିଥିଲେ।

୧୭୮୮ – ମେରିଲାଣ୍ଡ ଆମେରିକାର ସମ୍ବିଧାନକୁ ଅନୁମୋଦନ କରିବାରେ ସପ୍ତମ ରାଜ୍ୟ ହୋଇଥିଲା।

୧୮୨୯ – ଡଚ୍ ସଂସଦରେ ନୂତନ ପ୍ରେସ୍ ଆଇନକୁ ଗ୍ରହଣ କରାଗଲା।

୧୮୪୮ – ଫ୍ରାନ୍ସରେ ଦାସତ୍ୱ ପ୍ରଥା ଉଚ୍ଛେଦ କରାଯାଇଥିଲା।

୧୮୫୫ – ବୋଷ୍ଟନରେ ପ୍ରଥମ ଆମେରିକୀୟ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।

୨୦୦୧ – ପ୍ରଥମ ମହାକାଶ ପର୍ଯ୍ୟଟକ ଟେନିସ ଟିଟୋ ମହାକାଶ ଷ୍ଟେସନକୁ ବାହାରିଥିଲେ।

୨୦୦୪ – ଥାବୋ ମବେକି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।

୨୦୦୮ – ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପିଏସଏଲଭି-ସି୯ ରକେଟରେ ଏକାଥରକେ ୧୦ଟି ସାଟେଲାଇଟ ଉତକ୍ଷେପଣ କରି ଏକ ନୂଆ ଇତିହାସ ରଚିଥିଲା।