ନୂଆଦିଲ୍ଲୀ, ୨୮/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନର କରାଯାଇଛି। ଭାରତ ବିରୋଧରେ ବିରୋଧରେ ଉତ୍ତେଜନାମୂଳକ ଓ ମିଥ୍ୟା ଖବର ପ୍ରସାରଣ କରୁଥିବାରୁ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି ବୋଲି ସୂଚନା ମିଳିଛି।
ଡନ୍ ନ୍ୟୁଜ୍, ସାମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ ନ୍ୟୁଜ୍, ରଫ୍ତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଭଳି ପ୍ରମୁଖ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଛି। ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଭାରତୀୟ ସେନା ଓ ଗୁଇନ୍ଦା ଏଜେନ୍ସି ବିରୋଧରେ ମଧ୍ୟ ଉତ୍ତେଜନା ମୂଳକ ଖବର ପ୍ରସାରଣ କରୁଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ପହଲଗାମ ଆକ୍ରମଣ ପାଇଁ ଭାରତ ଦାୟୀ ବୋଲି ଦର୍ଶାଉଥିବା ଏକ ବିବାଦୀୟ ଶୀର୍ଷକକୁ ନେଇ ସରକାର ବିବିସିକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଆତଙ୍କବାଦୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି। ବିବିସି ଇଣ୍ଡିଆ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର।