ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତର ସାହାସ ନାହିଁ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଉତ୍ତେଜନାମୂଳକ ବୟାନ
ପାକିସ୍ତାନକୁ ଶିଖ ମାନଙ୍କ ପୂର୍ଣ୍ଣ ସମର୍ଥନ ଅଛି।
ଇସଲାମିକ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିଲା ପନ୍ନୁ
ନୂଆଦିଲ୍ଲୀ, ୨୮/୦୪: କାନାଡାରେ ଥାଇ ଭାରତକୁ ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ। ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ପହଲଘାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନକୁ ପୁର୍ଣ୍ଣ ସମର୍ଥନ କରିଛି ପନ୍ନୁ। ଆଗାମୀ ଦିନରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାରତୀୟ ଜନତା ପାର୍ଟି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାରତୀୟ ଏଜେନ୍ସିମାନେ ହିଁ ପହଲଗାମ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ସେ ଦାବି କରିଛି।
ପନ୍ନୁ ଉତ୍ତେଜନା ମୂଳକ ବୟାନ ଦେଇ କହିଛି ଯେ, ପଞ୍ଜାବରେ ରହୁଥିବା ୨ କୋଟି ଶିଖଙ୍କ ସମେତ ଭାରତୀୟ ଶିଖ୍ ସେନା ମଧ୍ୟ ଭାରତ ସରକାରଙ୍କୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବେ ନାହିଁ। ଜଣେ ଆମେରିକୀୟ ନେତା ଭାରତ ଗସ୍ତ କରିବା ସମୟରେ ଏଭଳି ଆକ୍ରମଣ କେବଳ ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଭାବମୂର୍ତ୍ତିକୁ ଖରାପ କରିବା ଏହା ଭାରତର ଚକ୍ରାନ୍ତ ବୋଲି ପନ୍ନୁ କହିଛି।
ପଞ୍ଜାବରେ ଥିବା ଶିଖ୍ ମାନେ ପାକିସ୍ତାନକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ। ବର୍ତ୍ତମାନର ସ୍ଥିତି ୧୯୬୫ ଓ ୧୯୭୧ ଠାରୁ ଭିନ୍ନ। ଏବେ ୨୦୨୫ ଚାଲୁଛି। ଶିଖ ମାନେ ଦୃଢ଼ତାର ସହ ପାକିସ୍ତାନ ସହିତ ଠିଆ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ପନ୍ନୁ। ତେବେ ପାକିସ୍ତାନ ଯଦି ସ୍ୱତନ୍ତ୍ର ଖଲିସ୍ତାନ ରାଷ୍ଟ୍ର ଗଠନରେ ସମର୍ଥନ କରେ ତାହାଲେ ଯାଇ ଏହା ସମ୍ଭବ ହୋଇପାରିବ। ପାକିସ୍ତାନ ସରକାର ଜାତିସଂଘ ନିରାପତ୍ତା ପରିଷଦରେ ଖଲିସ୍ତାନ ପ୍ରସଙ୍ଗକୁ ସକ୍ରିୟ ଭାବରେ ଉଠାଇବା ଉଚିତ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଭାବରେ ଚାଲିଥିବା ଖାଲିସ୍ତାନ ଜନମତକୁ ଅନ୍ତର୍ଜାତୀୟ ସ୍ତରରେ ବୈଧତା ପ୍ରଦାନ କରିବା ଉଚିତ୍ ବୋଲି କହିଛି ପନ୍ନୁ।
ସେ ଭାରତ ସରକାରଙ୍କୁ ଟାର୍ଗେଟ କରି ଦାବି କରିଛି ଯେ ଶିଖମାନେ ଏବେ ଜାଣିଛନ୍ତି ଯେ ପାକିସ୍ତାନ ସେମାନଙ୍କର ଶତ୍ରୁ ନୁହେଁ। ୧୯୮୪ ଅପରେସନ ବ୍ଲୁ ଷ୍ଟାର, ନଭେମ୍ବର ୧୯୮୪ରେ ଶିଖ୍ ବିରୋଧୀ ହତ୍ୟାକାଣ୍ଡ ଏବଂ ୧୯୮୪ରୁ ୧୯୯୫ ମଧ୍ୟରେ ପଞ୍ଜାବରେ ଭାରତୀୟ ସେନା ଦ୍ୱାରା ବିଦ୍ରୋହରେ ଜଣାପଡ଼ିଛି ଯେ, ଭାରତ ହିଁ ଶିଖର ମାନଙ୍କର ପ୍ରକୃତ ଶତ୍ରୁ।
ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରି ପନ୍ନୁ କହିଛି ଯେ, ଇସଲାମିକ ଆତଙ୍କବାଦୀ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ। ସେମାନେ ସ୍ୱତନ୍ତ୍ର କାଶ୍ମୀର ପାଇଁ ଲଢେ଼ଇ କରୁଛନ୍ତି ବୋଲି ପନ୍ନୁ କହିଛି।