କୌଣସି ଦେଶ ସ୍ପାଇୱେର ରଖିବା ଭୁଲ ନୁହେଁ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ, ୨୯/୦୪: ପେଗାସସ୍ ସ୍ପାଇୱେରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟରେ କୌଣସି ଦେଶ ସ୍ପାଇୱେୟାର ରଖିବାରେ କିଛି ଭୁଲ୍ ନାହିଁ। ପ୍ରକୃତରେ ଚିନ୍ତା କରିବାର ବିଷୟ ହେଉଛି ତାହା କେଉଁ ଉଦ୍ଦେଶ୍ୟରେ ଓ କାହା ଉପରେ ବ୍ୟବହାର କରାଯାଉଛି‌। ତେବେ ଘରୋଇ ବ୍ୟକ୍ତିବିଶେଷଙ୍କ ବିରୋଧରେ ସ୍ପାଇୱେର ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ବିଚାର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଇସ୍ରାଏଲର ସ୍ପାଇୱେୟାର ପେଗାସସ୍ ବ୍ୟବହାର କରି ସାମ୍ବାଦିକ, ସମାଜସେବୀ ଏବଂ ରାଜନେତାଙ୍କ ଉପରେ ନଜର ରଖୁଥିବା ଅଭିଯୋଗର ତଦନ୍ତ ପାଇଁ ୨୦୨୧ରେ ଦାୟର ହୋଇଥିବା ରିଟ୍ ପିଟିସନର ବିଚାର କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କୌଣସି ଦେଶ ନିଜର ଜାତୀୟ ନିରାପତ୍ତା ସହ ବୁଝାମଣା କରିପାରିବ ନାହିଁ କିମ୍ବା ତ୍ୟାଗ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।