ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତି ସୁଦୃଢ଼ ହେବ
ନୂଆଦିଲ୍ଲୀ, ୦୨/୦୫: ଶୁକ୍ରବାର କେରଳର ଥିରୁବନନ୍ତପୁରମରେ ଭିଜିଞ୍ଜାମ ଅନ୍ତର୍ଜାତୀୟ ବହୁମୁଖି ବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦଘାଟନୀ ସମାରୋହରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତିରୁବନନ୍ତପୁରମ୍ କଂଗ୍ରେସ ସାଂସଦ ଶଶି ଥରୁର ପ୍ରମୁଖ ଉପସ୍ଥିତ ଥିଲେ।
ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦର ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାହାଜ ଚଳାଚଳରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ଦେଶର ପ୍ରଥମ ସମର୍ପିତ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର ଅଟେ। ୮,୮୬୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବନ୍ଦର ନିର୍ମାଣ ହୋଇଛି। ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ଏହି ବନ୍ଦର।
ଏହା ଆଦାନୀ ଗ୍ରୁପର ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଏକ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ଅଧୀନରେ ନିର୍ମାଣ କରିଛି।