ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ୪,୮୪,୮୬୩ ଜଣ ପରୀକ୍ଷାର୍ଥୀ ପାସ୍
ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ
ବାଜିମାତ କଲେ ଝିଅ, ପଛରେ ପଡିଲେ ପୁଅ
ଭୁବନେଶ୍ୱର, ୦୨/୦୫: ଆଜି ଅପରାହ୍ନ ୪ଟାରେ କଟକ ସ୍ଥିତ ବିଏସଇ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରିଥିବା ବେଳେ ୫,୦୨,୪୧୭ ଜଣ ପରୀକ୍ଷା ଦେଇିଥିଲେ। ସେଥିମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ୍ରେ ପାସହାର ୯୪. ୯୩ ପ୍ରତିଶତ ରହିଛି। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨,୪୦,୨୫୧ ଜଣ ବା ୯୪% ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ ଜଣ ବା ୯୬% ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡ୍ରେ ୧୮୧୨, ଏ-୨ ଗ୍ରେଡ୍ରେ ୧୨,୨୦୦, ବି-୧ ଗ୍ରେଡ୍ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍ରେ ୧,୩୩,୮୮୨, ଡି ଗ୍ରେଡ୍ରେ ୧,୪୬,୧୫୪ ଓ ଇ ଗ୍ରେଡ୍ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି।
ସେହିପରି ମଧ୍ୟମା ପରୀକ୍ଷା ପାଇଁ ୩୩୪୩ ଜଣ ଫର୍ମ ପୂରଣ କରିଥିବା ବେଳେ ୨୯୧୭ ଜଣ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨୮୬୮ ଜଣ ଛାତ୍ରଛାତ୍ରୀମାନେ ପାସ୍ କରିଛନ୍ତି। ପାସ୍ ହାର ୮୫.୭୯ ପ୍ରତିଶତ ରହିଛି।
ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୫୬୦୬ ଜଣ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିଥିବା ବେଳେ ୫୫୯୧ ଜଣ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୪୧୮୧ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପାସ୍ ହାର ୭୪.୭୮% ରହିଛି।
ଆଜି ସନ୍ଧ୍ୟା ୬ଟାରୁ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ www.bseodisha.ac.in ଅନଲାଇନରେ ନିଜର ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ ଇଣ୍ଟରନେଟ୍ ସଂଯୋଗ ନଥିବା ଛାତ୍ରଛାତ୍ରୀ ମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଦେଖିପାରିବେ। “OR10<space>ରୋଲ୍ ନମ୍ବର” ଟାଇପ୍ କରି 5676750 ନମ୍ବରରେ ପଠାଇ ରେଜଲ୍ଟ ଦେଖି ପାରିବେ।