ବଢ଼ିଲା ଯୁଦ୍ଧ ଆଶଙ୍କା

୭ରେ ପ୍ରତିରକ୍ଷା ପ୍ରସ୍ତୁତି ମକଡ୍ରିଲ

ନୂଆଦିଲ୍ଲୀ, ୦୫/୦୫: ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଯେକୌଣସି ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଶସ୍ତ୍ର ବାହିନୀର ଘନଘନ ବୈଠକରୁ ସ୍ପଷ୍ଟ ଅନୁମାନ କରି ହେଉଛି। ଅନ୍ୟପଟେ ଅପରପଟୁ ଆକ୍ରମଣ ହେଲେ ପଡା ଜବାବ ଦେବା ପାଇଁ ପ୍ରଭାବଶାଳୀ ବେସାମରିକ ସୁରକ୍ଷା ସୁନିଶ୍ଚିତ କରିଛନ୍ତି କେନ୍ଦ୍ର ସରକାର। ତେଣୁ ଅନେକ ରାଜ୍ୟକୁ ମେ ୭ ତାରିଖ ବୁଧବାର ଦିନ ପ୍ରତିରକ୍ଷା ପ୍ରସ୍ତୁତି ମକ୍ ଡ୍ରିଲ୍ କରିବାକୁ କହିଛନ୍ତି।

ମକଡ୍ରିଲରେ ଏହି ସବୁ ବ୍ୟବସ୍ଥା କରାଯିବ:-

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।