ପଲଟୁରାମ ପାକିସ୍ତାନର ନାଟକୀୟ ପରିବର୍ତ୍ତନ: ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ, ଡ୍ରୋନ ଆକ୍ରମଣ

ସେନା ଉପରେ ନିୟନ୍ତ୍ରଣ ହରାଇଛନ୍ତି ପାକିସ୍ତାନ ସରକାର

ପ୍ରତି ଆକ୍ରମଣ ପାଇଁ BSF ଯବାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା

ନୂଆଦିଲ୍ଲୀ, ୧୦/୦୫: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ। ୪ ଘଣ୍ଟା ପୂର୍ବରୁ ଭାରତ ପାକ୍ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିବା ପରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହେବା ପରେ ବି ପୁଣି ସୀମା ପାର ଗୁଳିଚାଳନା କରିଛି ପାକିସ୍ତାନ ସେନା। ଭାରତ ଓ ପାକିସ୍ତାନର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମଓ) ସ୍ତରରେ ଆଲୋଚନା କରି ଶନିବାର ଅପରାହ୍ନ ୫ଟାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ଗୁଳିଚାଳନା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହୋଇଛନ୍ତି ବୋଲି ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ: ପାକିସ୍ତାନ ଉପରେ ଡ଼ିଜିଟାଲ ପ୍ରହାର

କିନ୍ତୁ କିଛି ସମୟ ଯାଇନି ପୁଣି ଆକ୍ରମଣ ଆରମ୍ଭ କରିଛି ପାକିସ୍ତାନ। ଜମ୍ମୁ ଓ କାଶ୍ମୀରର ରଜୌରୀ, ଅଖନୁର, ବାରାମୂଲା, କାର୍ଗିଲ, ଉଦ୍ଧମପୁର, ପଞ୍ଜାବର ଫିରୋଜପୁର, ରାଜସ୍ଥାନର ସବୁ ସୀମାନ୍ତ ଜିଲ୍ଲାରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଲଗାତାର ଗୁଳିଚାଳନା କରିବା ସହ ଡ୍ରୋନ ଆକ୍ରମଣ କରିବା ଆରମ୍ଭ କରିଛି। ତେବେ ସୀମା ମଧ୍ୟରେ ଦେଖା ଯାଇଥିବା ଡ୍ରୋନକୁ ଖସାଇ ଦେଇଛି ଭାରତ। ଭାରତକୁ ପାଲଟା ଜବାବ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ବିଏସଏଫ ଯବାନମାନେ ଦୃଢ଼ ଜବାବ ଦେଉଛନ୍ତି। ତେବେ ପାକିସ୍ତାନର ଏପରି ପାଲଟା ଆକ୍ରମଣ ସେନା ସରକାରଙ୍କ ନିୟନ୍ତ୍ରଣରେ‌ ନଥିବା ଜଣାପଡ଼ିଛି। ପାକିସ୍ତାନ ସେନା ସରକାରଙ୍କ ନିର୍ଦ୍ଦେଶକୁ ନମାନି ଅସ୍ତ୍ରବିରତିର ଖୋଲାଖୋଲି ଉଲ୍ଲଂଘନ କରୁଛି।

ଅଧିକ ପଢନ୍ତୁ: ଆରବ ସାଗରରେ ମେ ୩ରୁ ୭ ପର୍ଯ୍ୟନ୍ତ ଲାଇଭ୍ ଫାୟାରିଂ ଅଭ୍ୟାସ କରିବ ନୌସେନା