ମାତୃ ଦିବସ ହେଉଛି ସାରା ବିଶ୍ୱରେ ପାଳନ କରାଯାଉଥିବା ଏକ ସ୍ୱତନ୍ତ୍ର ଅବସର। ମା’ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ମା’ଙ୍କ ପ୍ରେମ, ତ୍ୟାଗ ଏବଂ ଅବଦାନ ସର୍ବଦା ଅସୀମିତ। ତେଣୁ ମା’ଙ୍କୁ ପ୍ରଶଂସା ଏବଂ କୃତଜ୍ଞତା ଜଣାଇବା ପାଇଁ ଏହି ଦିବସ ପାଳନ କରାଯାଏ।
ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାର ଦିନ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଏ, ତେଣୁ ଏହା ଏକ ନିର୍ଦ୍ଦିଷ୍ଟ ତାରିଖରେ ନୁହେଁ ବରଂ ସପ୍ତାହର ଗୋଟିଏ ଦିନ ପାଇଁ ସ୍ଥିର କରାଯାଏ। ଚଳିତ ବର୍ଷ ଏହା ୨୦୨୫ ମେ’ ୧୧ ତାରିଖ ରବିବାର ପାଳନ କରାଯାଉଛି।
ମାତୃ ଦିବସ ପଛରେ କ’ଣ ରହିଛି ଇତିହାସ:-
ମାତୃ ଦିବସ ପାଳନର ପରମ୍ପରା ଆମେରିକୀୟ ସାମାଜିକ କର୍ମୀ ଆନ୍ନା ଜାର୍ଭିସଙ୍କ ଠାରୁ ଆରମ୍ଭ ହୋଇଥିଲା। ଦୁନିଆରେ ମା’ଙ୍କ ଅବଦାନ କେତେ ରହିଛି, ତାକୁ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଉତ୍ସବ ଭାବରେ ମନାଇ ଥିଲେ।
ପରେ ୧୯୧୪ ମସିହାରେ ଆମେରିକା ରାଷ୍ଟ୍ରପତି ଉଡ୍ରୋ ୱିଲସନ ମେ ମାସର ଦ୍ୱିତୀୟ ରବିବାରକୁ ଆନୁଷ୍ଠାନିକ ଭାବେ ମାତୃ ଦିବସ ଭାବେ ଘୋଷଣା କରିଥିଲେ। ବର୍ତମାନ ବିଶ୍ୱର ଅଧିକାଂଶ ଦେଶରେ ମା’ଙ୍କ ସମ୍ମାନରେ ଏହି ଦିବସ ପାଳନ କରାଯାଏ। ଏହା କେବଳ ଏକ ଉତ୍ସବ ନୁହେଁ; ଏହା ସେମାନଙ୍କ ନିଃସ୍ୱାର୍ଥପର ପ୍ରେମ ଏବଂ ସମର୍ପଣକୁ ସ୍ୱୀକୃତି ଦେବାର ଏକ ସୁଯୋଗ।