ଅପରେସନ ସିନ୍ଦୂରରେ ପ୍ରାଣ ହରାଇଛନ୍ତି ୪୦ ପାକ ସେନା ଯବାନ
IC-814 କାନ୍ଦାହାର ପ୍ଲେନ ହାଇଜାକ ମାଷ୍ଟରମାଇଣ୍ଡ ନିପାତ: ୧୦୦ ଆତଙ୍କୀ ସଫା
ନୂଆଦିଲ୍ଲୀ, ୧୧/୦୫: ମେ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭାରତ କରିଥିଲା ଅପରେସନ ସିନ୍ଦୂର। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ଟାର୍ଗେଟ କରିଥିଲା ଭାରତ। ୯ଟି ଆତଙ୍କବାଦୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।
ତେବେ ଏଥିରେ ଭାରତର ଆକ୍ରମଣରେ ୪୦ ପାକ୍ ସେନା ଯବାନ ପ୍ରାଣ ହରାଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଅନ୍ୟପକ୍ଷରେ ଅପରେସନ ସିନ୍ଦୂରରେ ଭାରତ ୫ ଜଣ ଯବାନଙ୍କୁ ହରାଇଛି ବୋଲି ମିଲିଟାରି ଅପରେସନ୍ ମହାନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି।
ନିୟନ୍ତ୍ରଣ ରେଖା ନିକଟରେ ଗୁଳି ବିନିମୟ ସମୟରେ ପାକର ପ୍ରାୟ ୪୦ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ସେହିପରି ପାକିସ୍ତାନର ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଂଘନ କରିନାହିଁ। ତେଣୁ ଆମ ପାଖରେ ଭଗ୍ନାବଶେଷ ଠାବ ହୋଇନାହିଁ।
ଆଇସି-୮୧୪ କାନ୍ଦାହାର ଅପହରଣ ଏବଂ ପୁଲୱାମା ଆକ୍ରମଣ ସମେତ ଭାରତରେ ଅନ୍ୟାନ୍ୟ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ୟୁସୁଫ ଆଝାର, ଅବଦୁଲ ମଲିକ ରୌଫ ଏବଂ ମୁଦାସିର ଅହମ୍ମଦ ଭଳି ୧୦୦ରୁ ଟପ୍ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଲେଫ୍ଟନାଣ୍ଟ ଘାଇ କହିଛନ୍ତି।
ଲେଫ୍ଟନାଣ୍ଟ ଘାଇ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସେନା ପାକିସ୍ତାନର ସେନା ବାହିନୀ ଉପରକୁ ଟାର୍ଗେଟ କରି ନଥିଲା। କିନ୍ତୁ ପାକିସ୍ତାନୀ ସେନା ଭାରତର ସାମରିକ ପ୍ରତିଷ୍ଠାନ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା।