ଏଇ ଭୟଙ୍କର ବିପର୍ଯ୍ୟୟରେ ମାଟି ତଳେ ପୋତି ହୋଇଗଲେ ୬୯ ହଜାରରୁ ଉର୍ଦ୍ଧ୍ବ ଲୋକେ
ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୧୨ ମଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ବିରେନ ଜେ ଶାହା (୧୨ ମଇ ୧୯୨୬ – ୯ ମାର୍ଚ୍ଚ ୨୦୧୩), ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ପଶ୍ଚିମବଙ୍ଗର ୨୨ତମ ରାଜ୍ୟପାଳ ଥିଲେ। ଶାହା ୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ଲୋକସଭା ଓ ୧୯୭୫-୧୯୮୧ ଓ ୧୯୯୦-୧୯୯୬ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଥିଲେ। ସେ ଭାରତୀୟ ଜନତା ପାର୍ଟିର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।
୨. ଅରୁଣା ସାଇରାମ (୧୨ ମଇ ୧୯୬୦) ମୁମ୍ବାଇର ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ କଣ୍ଠଶିଳ୍ପୀ। ସେ କର୍ଣ୍ଣାଟକ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଶରତ ପୂଜାରୀ (୮ ଅଗଷ୍ଟ ୧୯୩୪ – ୧୨ ମଇ ୨୦୧୪), ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ। ତାଙ୍କୁ ହେମନ୍ତ ଦାସ କଳା ସମ୍ମାନ ୨୦୧୧ ରେ ସମ୍ମାନିତ କରାଯାଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୪୫୯ – ଯୋଧପୁର ପ୍ରତିଷ୍ଠା ହୋଇଥିଲା।
୧୬୬୬ – ଶିବାଜୀ ମହାରାଜ ପୁରନ୍ଦର ଚୁକ୍ତି ଅନୁଯାୟୀ ଔରଙ୍ଗଜେବଙ୍କୁ ଭେଟିବା ପାଇଁ ଆଗ୍ରାରେ ପହଞ୍ଚିଥିଲେ।
୧୬୯୫ – ଇଂରେଜ ରାଜା ତୃତୀୟ ୱିଲିୟମ ନେଦରଲାଣ୍ଡ ଅଭିମୁଖେ ଯାତ୍ରା କରିଥିଲେ।
୧୯୨୫ – ଉଜବେକିସ୍ତାନ ଏବଂ କିର୍ଗିଜସ୍ତାନ ସ୍ୱୟଂଶାସିତ ସୋଭିଏତ ଗଣତନ୍ତ୍ରରେ ପରିଣତ ହୋଇଥିଲା।
୨୦୦୩ – ସାଉଦି ଆରବର ରିୟାଦ ସହରରେ ଅଲକାଏଦା ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ।
୨୦୦୮ – ଚୀନର ସିଚୁଆନରେ ହୋଇଥିବା ଭୂମିକମ୍ପରେ ୬୯,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
୧୯୯୨ – ପ୍ରଥମ ବେଲଜିୟମ ମହିଳା ମାଉଣ୍ଟ ଏଭରେଷ୍ଟ ରେ ଚଢ଼ିଥିଲେ।