ଆଉ କିଛି ସମୟ ପରେ ବଡ଼ ଘୋଷଣା କରିବେ ମୋଦି

ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ସମ୍ବୋଧନ

ମୋଦିଙ୍କ ସମ୍ବୋଧନ ଉପରେ ସାରା ଦେଶରେ ନଜର

ନୂଆଦିଲ୍ଲୀ, ୧୨/୦୫: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ଅପରେସନ ସିନ୍ଦୂର’ ଅଧିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବନ୍ଦ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ସମ୍ବୋଧନ ହେବ। ଅପରେସନ ସିନ୍ଦୂର ସମ୍ପର୍କରେ କିଛି ବଡ଼ ସୂଚନା ଦେଖିପାରନ୍ତି। ଏ ନେଇ ସାରା ଦେଶର ନଜର ରହିଛି ମୋଦିଙ୍କ ସମ୍ବୋଧନ ଉପରେ।

ଏହା ପୂର୍ବରୁ ମୋଦିଙ୍କ ବାସଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଡିଫେନ୍ସ ଷ୍ଟାଫ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଆଡମିରାଲ ଦିନେଶ କେ ତ୍ରିପାଠୀ, ଏୟାର ଚିଫ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା ଏବଂ ର’ ମୁଖ୍ୟ ରବି ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ।