ଭୟଙ୍କର ବୋମାମାଡ଼ରେ ୯୦୦ ଜଣଙ୍କ ଜୀବନ ଯାଇଥିଲା

କେଉଁଠି ଘଟିଥିଲା ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୪ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସମ୍ଭାଜୀ ଭୋସଲେ (୧୪ ମଇ ୧୬୫୭ – ୧୧ ମାର୍ଚ୍ଚ ୧୬୮୯), ମରାଠା ସାମ୍ରାଜ୍ୟର ଦ୍ୱିତୀୟ ଛତ୍ରପତି, ଯିଏ କି ୧୬୮୧ରୁ ୧୬୮୯ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ମରାଠାର ପ୍ରତିଷ୍ଠାତା ଶିବାଜୀଙ୍କର ବଡ଼ ପୁଅ ଥିଲେ।

୨. ଏ.ଜି. ଚନ୍ଦୱରକର (୨ ଡିସେମ୍ବର ୧୮୫୫ – ୧୪ ମଇ ୧୯୨୩) କଂଗ୍ରେସ ରାଜନେତା ଏବଂ ହିନ୍ଦୁ ସଂସ୍କାରକ। ତାଙ୍କୁ “ପଶ୍ଚିମ ଭାରତର ଅଗ୍ରଣୀ ହିନ୍ଦୁ ସଂସ୍କାରକ” ଭାବେ ବିବେଚନା କରନ୍ତି।

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୪୮୩ – ଫ୍ରାନ୍ସର ଅଷ୍ଟମ ଚାର୍ଲସଙ୍କ ରାଜ୍ୟାଭିଷେକ।

୧୬୧୦: ଚତୁର୍ଥ ହେନରୀଙ୍କୁ ଫ୍ରାନ୍ସରେ ହତ୍ୟା କରାଗଲା ଏବଂ ଦ୍ୱାଦଶ ଲୁଇ ଫ୍ରାନ୍ସର ରାଜ ସିଂହାସନରେ ବସିଥିଲେ।

୧୭୦୨: ଇଂଲଣ୍ଡ ଓ ନେଦରଲାଣ୍ଡ ଫ୍ରାନ୍ସ ଓ ସ୍ପେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ।

୧୮୧୧ – ପାରାଗୁଏ ଏକ ସ୍ୱାଧୀନ ରାଷ୍ଟ୍ର ରେ ପରିଣତ ହେଲା।

୧୯୦୮ – ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ବିମାନରେ ଉଡ଼ାଣ ଭରିଥିଲେ।

୧୯୪୦: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନେଦରଲାଣ୍ଡର ରୋଟରଡାମ୍ ରେ ଲୁଫ୍ଟୱାଫ ବୋମା ମାଡ଼ କରିଥିଲା। ଯେଉଁଥିରେ ପାଖାପାଖି ୯୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

୧୯୪୧- ୩୬,୦୦୦ ପାରସୀ ଇହୁଦୀ ଙ୍କୁ ଗିରଫ କରାଗଲା।

୧୯୪୮- ଇସ୍ରାଏଲ ସ୍ୱାଧୀନ ହୋଇଥିଲା।

୧୯୬୩ – କୁଏତ ଜାତିସଂଘରେ ସ୍ୱୀକୃତି ଲାଭ କରିଥିଲା।

୧୯୯୨- ଶ୍ରୀଲଙ୍କାର ବିଦ୍ରୋହୀ ସଂଗଠନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ)କୁ ଭାରତ ନିଷିଦ୍ଧ କରିଥିଲା।

୧୯୮୧: ନାସା ମହାକାଶ ଯାନ ଏସ-୧୯୨ ଉତକ୍ଷେପଣ କରିଥିଲା।

ଅଧିକ ପଢନ୍ତୁ: ସତର୍କ ସୂଚନା: ଓଡ଼ିଶାକୁ ଆସୁଛି ବାତ୍ୟା ଶକ୍ତି!