ଆକାଶରୁ ଖସିଥିଲା ମୃତ୍ୟୁ: ପ୍ରାଣ ହାରିଥିଲେ ୧୫୮ ଜଣ ଲୋକ

କଣ ଘଟିଥିଲା ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୨୧ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଶରଦ ଯୋଶୀ (୨୧ ମଇ ୧୯୩୧ – ୫ ସେପ୍ଟେମ୍ବର ୧୯୯୧), ଜଣେ ଅନନ୍ୟ ବ୍ୟଙ୍ଗକାର ଥିଲେ। ସେ ଭାରତର ପ୍ରଥମ ବ୍ୟଙ୍ଗକାର ଥିଲେ, ଯିଏ କି ୧୯୬୮ ମସିହାରେ ମୁମ୍ବାଇରେ ‘ଚକ୍କଲା’ ମଞ୍ଚରେ ପ୍ରଥମ ଥର ପାଇଁ ଗଦ୍ୟ ପଢ଼ିଥିଲେ ଏବଂ କୌଣସି କବିଙ୍କ ଠାରୁ ଅଧିକ ଲୋକପ୍ରିୟ ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

ଗାମା ପହଲୱାନ (ମୂଳ ନାମ: ଗୁଲାମ ମହମ୍ମଦ, ୧୮୮୦ – ୨୧ ମଇ ୧୯୬୦) ୧୫ ଅକ୍ଟୋବର ୧୯୧୦ରେ ଗାମାଙ୍କୁ ‘ବିଶ୍ୱ ହେଭିୱେଟ୍ ଚାମ୍ପିୟନଶିପ୍’ (ଦକ୍ଷିଣ ଏସିଆ)ର ବିଜେତା ହୋଇଥିଲେ।

୨. ରାଜୀବ ଗାନ୍ଧୀ (୨୦ ଅଗଷ୍ଟ ୧୯୪୪ – ୨୧ ମଇ ୧୯୯୧), ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାତି ଏବଂ ଭାରତର ନବମ ପ୍ରଧାନମନ୍ତ୍ରୀ। ତାଙ୍କ ପୁରା ନାମ ଥିଲା ରାଜୀବ ରତ୍ନ ଗାନ୍ଧି। ସେ ଭାରତର କଂଗ୍ରେସ ଦଳର ଅଗ୍ରଣୀ ସାଧାରଣ ସମ୍ପାଦକ ଥିଲେ (୧୯୮୧ରୁ) ଏବଂ ତାଙ୍କ ମା’ ତଥା ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଭାରତର ପ୍ରଧାନମନ୍ତ୍ରୀ (୧୯୮୪-୧୯୮୯) ହୋଇଥିଲେ। ୪୦ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ତଥା ନବମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିବା ରାଜୀବ ଗାନ୍ଧୀଙ୍କୁ “ଆଧୁନିକ ଭାରତର ସ୍ଥାପକ” ବୋଲି କୁହାଯାଏ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୨୧୬ – ଫ୍ରାନ୍ସର ପ୍ରିନ୍ସ ଲୁଇ ଇଂଲଣ୍ଡରେ ପ୍ରବେଶ କଲେ।

୧୮୪୦ – ନ୍ୟୁଜିଲାଣ୍ଡ ବ୍ରିଟିଶ କଲୋନୀର ଅଂଶ ହୋଇଗଲା।

୧୮୮୧ – ୟୁଏସ୍ ନେସନ୍ ଲନ୍ ଟେନିସ୍ ଆସୋସିଏସନ୍ ପ୍ରତିଷ୍ଠା ହୋଇଥିଲା।

୧୯୭୦ – ୟୁଏସଏସଆର ପରମାଣୁ ପରୀକ୍ଷଣ କରିଥିଲା।

୧୯୮୧ – ପିଏରେ ମୋରିଉ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୪ – ଦକ୍ଷିଣ ୟେମେନ ଉତ୍ତର ୟେମେନଠାରୁ ଅଲଗା ହେବା ପାଇଁ ଘୋଷଣା କଲା।

୧୯୯୬ – ପ୍ରସିଦ୍ଧ ମୃଦୁ ପାନୀୟ କମ୍ପାନୀ ପେପ୍ସି ମହାକାଶରେ ବିଶ୍ୱର ପ୍ରଥମ ବାଣିଜ୍ୟିକ ଚଳଚ୍ଚିତ୍ର ନିର୍ମାଣ ଘୋଷଣା କରିଥିଲା।

୧୯୯୮ – ଇଣ୍ଡୋନେସିଆରେ ଲଗାତାର ୩୨ ବର୍ଷ ଶାସନ କରିଥିବା ରାଷ୍ଟ୍ରପତି ସୁହାର୍ତୋ ଇସ୍ତଫା ଦେଇଥିଲେ।

୨୦୦୨ – ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଏଚ୍ ଏମ୍ ଏରଶାଦଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଥିଲା।

୨୦୦୩ – ବିଶ୍ୱର ୧୯୦ରୁ ଅଧିକ ଦେଶ ଜେନେଭାରେ ତମାଖୁ ଉପରେ ଅନ୍ତର୍ଜାତୀୟ ଚୁକ୍ତିକୁ ଅନୁମୋଦନ କରିଥିଲେ।

୨୦୦୬ – ଏହି ଦିନ ଶ୍ରୀନଗରରେ କଂଗ୍ରେସ ରାଲି ଉପରେ ଆକ୍ରମଣ ହୋଇଥିଲା।

୨୦୧୦ – ଦୁବାଇରୁ ମାଙ୍ଗାଲୋର ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଆଇଏକ୍ସ-୧୮୨ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫୮ ଜଣ ପ୍ରାଣ ହରାଇଥିଲେ।

୨୦୧୦ – ଅଲ୍ ଇଣ୍ଡିଆ ଗୋର୍ଖା ଲିଗ୍ ର ସଭାପତି ମଦନ ତମାଙ୍ଗଙ୍କୁ ଦାର୍ଜିଲିଂରେ ହତ୍ୟା କରାଯାଇଥିଲା।