ନୂଆଦିଲ୍ଲୀ, ୨୧/୦୫: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ସହ ପ୍ରତିଷ୍ଠାତା ଅମୀର ହମଜା ଆହତ। ଏକ ଦୁର୍ଘଟଣାରେ ଆହତ ହୋଇ ଏବେ ଲାହୋରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏଲଇଟିର ୧୭ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହମଜା। ତାଙ୍କ ଘର ଭିତରେ ହିଁ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଗୁଳି ମାଡ଼ ହୋଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିବା ବେଳେ ତାହା ମିଥ୍ୟା ବୋଲି ତଦନ୍ତରୁ ଜଣାପଡ଼ିଛି।
ଆମିର ହମଜା ଆଫଗାନିସ୍ତାନ ମୁଜାହିଦ୍ଦିନର ଜଣେ ବରିଷ୍ଠ ନେତା ଏବଂ ଦୀର୍ଘ ଦିନ ଧରି ଲସ୍କର-ଇ-ତୋଇବାର ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି। ସେ ଏକଦା ଲସ୍କର-ଏ-ତୋଇବାର ସରକାରୀ ପ୍ରକାଶନର ସମ୍ପାଦକ ଥିଲେ ଏବଂ ୨୦୦୨ରେ କାଫିଲା ଦାଓ୍ଵାତ୍ ଓ ଶାହାଦତ (କାରାଭାନ୍ ଅଫ୍ ପ୍ରୋସେଲିଟିଜିଂ ଏବଂ ମାର୍ଟିଡୋମ୍) ସମେତ ଅନେକ ପୁସ୍ତକ ରଚନା କରିଛନ୍ତି।
ଆମେରିକାର ଟ୍ରେଜେରୀ ଡିପାର୍ଟମେଣ୍ଟ ଲସ୍କର-ଇ-ତୋଏବାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ସହ ଅମୀର ହମଜାଙ୍କୁ ନିଷିଦ୍ଧ ଆତଙ୍କବାଦୀ ତାଲିକାଭୁକ୍ତ କରିଛି।