ଆଜିର ତାରିଖ ୨୬ ମଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ବେଞ୍ଜାମିନ୍ ପିରି ପାଲ୍ (୨୬ ମଇ ୧୯୦୬ – ୧୪ ସେପ୍ଟେମ୍ବର ୧୯୮୯), ଜଣେ ଭାରତୀୟ ଉଦ୍ଭିଦ ପ୍ରଜନନକାରୀ ଏବଂ କୃଷି ବିଜ୍ଞାନୀ ଯିଏ କି ଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ କୃଷି ଗବେଷଣା ପରିଷଦର ପ୍ରଥମ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ଓ ୧୯୬୮ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ସମ୍ମାନରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପାଠାଗାରର ଏକ ଗୋଲାପ ବଗିଚାର ନାମକରଣ କରାଯାଇଛି।
୨. ସୁକୁମାର ଅଜିକୋଡେ (୨୬ ମଇ ୧୯୨୬ – ୨୪ ଜାନୁଆରୀ ୨୦୧୨), ଜଣେ ଭାରତୀୟ ଶିକ୍ଷାବିତ୍, ବକ୍ତା, ସମାଲୋଚକ ଏବଂ ମାଲାୟାଲମ ସାହିତ୍ୟ ଲେଖକ। ସେ ସଂସ୍କୃତ, ମାଲାୟାଲମ୍ ଏବଂ ଇଂରାଜୀ ଭାଷାରେ ଜ୍ଞାନୀ ଥିଲେ। ସେ ୧୯୮୪ ମସିହାରେ ପ୍ରକାଶିତ ତାଙ୍କର ପୁସ୍ତକ ତତ୍ବମାସୀ ପାଇଁ ଜଣାଶୁଣା ଥିଲେ। ସେ ସାହିତ୍ୟ ଏକାଡେମୀ ପୁରସ୍କାର, କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, ଭାୟାଲାର ପୁରସ୍କାର, ଭାଲାଥୋଲ ପୁରସ୍କାର ଏବଂ କେରଳ ସରକାରଙ୍କ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ଏଜୁଥାଚନ ପୁରସ୍କାର ସମେତ ଅନେକ ସମ୍ମାନ ପାଇଥିଲେ। ୨୦୦୭ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ, ଯାହାକୁ ସେ ଏହି ପୁରସ୍କାର ଏକ ଭେଦଭାବ ବୋଲି ଦର୍ଶାଇ ମନା କରିଦେଇଥିଲେ।
୩. ବିଳାସରାଓ ଦେଶମୁଖ (୨୬ ମଇ ୧୯୪୫ – ୧୪ ଅଗଷ୍ଟ ୨୦୧୨), ଜଣେ ରାଜନେତା ଯିଏ କି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଭାବରେ କେନ୍ଦ୍ର କ୍ୟାବିନେଟରେ କାର୍ଯ୍ୟ କରିଥିଲେ।
୪. ଭି.ଏମ୍ ସୁଧୀରନ (୨୬ ମଇ ୧୯୪୮), ଜଣେ ଭାରତୀୟ ରାଜନେତା, ଯିଏକି କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି)ର ପୂର୍ବତନ ସଭାପତି, କେରଳ ବିଧାନସଭାର ପୂର୍ବତନ ବାଚସ୍ପତି, କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେରଳର ଜଣେ ପ୍ରମୁଖ ରାଜନୈତିକ ନେତା ଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:
୧. କନୱର ପାଲ ସିଂହ ଗିଲ୍ (୨୯ ଡିସେମ୍ବର ୧୯୩୪ – ୨୬ ମଇ ୨୦୧୭), ଜଣେ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ। ସେ ପଞ୍ଜାବର ଦୁଇଥର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରିଥିଲେ। ଗିଲ୍ ଜଣେ ଲେଖକ, ସମ୍ପାଦକ, ବକ୍ତା ଏବଂ ଆତଙ୍କବାଦ ବିରୋଧୀ ପରାମର୍ଶଦାତା ଥିଲେ ଏବଂ ଇନଷ୍ଟିଚ୍ୟୁଟ ଫର୍ କନଫ୍ଲିକ୍ଟ ମ୍ୟାନେଜମେଣ୍ଟର ସଭାପତି ଏବଂ ଭାରତୀୟ ହକି ମହାସଂଘର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସିଭିଲ ସର୍ଭିସରେ କାମ ପାଇଁ ତାଙ୍କୁ ୧୯୮୯ ରେ ପଦ୍ମଶ୍ରୀ ମିଳିଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୮୨୨ – ନରୱେର ଏକ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା।
୧୯୫୦ – ବ୍ରିଟେନରେ ପେଟ୍ରୋଲ କିଣିବାର ସୀମା ୧୯୫୦ ରେ ଉଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ପେଟ୍ରୋଲ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସନ କାର୍ଡ ମିଳିଥାଏ।
୧୯୮୩ – ଜାପାନରେ ୭.୭ ରିଏକ୍ଟର ସ୍କେଲରେ ଭୂମିକମ୍ପ ହୋଇ ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା।
୧୯୯୮ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ୫୦,୦୧୬ ବ୍ରିଟିଶ ସୈନିକଙ୍କୁ ଗିରଫ କରିଥିଲା, ଯେଉଁଥିରୁ ୧୨,୪୩୩ ଜଣ ମୃତ୍ୟୁବରଣ କରିଥିଲେ କିମ୍ବା ଜେଲଯାଇଥିଲେ।
୨୦୦୨ – ଚୀନର ବିମାନ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ୨୨୬ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୦୭ – ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୨୦୦୮ – ଉତ୍ତର ପ୍ରଦେଶ ସରକାର ଶସ୍ୟ ଏବଂ ଖାଇବା ତେଲର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିବା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲେ।