ପାକିସ୍ତାନକୁ ଯୋଗାଉଥିଲେ ଭାରତ ସମ୍ଵନ୍ଧୀୟ ତଥ୍ୟ

ସିଆରପିଏଫ ଯବାନଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ, ୨୫/୦୫: ପାକିସ୍ତାନକୁ ଭାରତ ସମ୍ଵନ୍ଧରେ ସମ୍ବେଦନଶୀଳ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀରେ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ତଥ୍ୟ ଯୋଗାଇବା ପାଇଁ ସୋସିଆଲ ମିଡ଼ିଆକୁ ଅସ୍ତ୍ର କରିଥିଲେ ସିଆରପିଏଫ ଯବାନ।

ସୋସିଆଲ ମିଡ଼ିଆରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଦେଶ ସମ୍ବନ୍ଧୀୟ ତଥ୍ୟ ଯୋଗାଇବା ବଦଳରେ ମୋଟା ରକମର ଟଙ୍କା ଦେଉଥିଲେ ସିଆରପିଏଫ ଯବାନ। ସିଆରପିଏଫ ଯବାନଙ୍କୁ ଏନଆଇଏ ଗିରଫ କରି ପଚରାଉଚରା ଆରମ୍ଭ କରିଛି। ଗିରଫ ପରେ ଯବାନଙ୍କୁ ସିଆରପିଏଫ ନିୟମ ଅନୁଯାୟୀ ଚାକିରିରୁ ବହିଷ୍କାର କରାଯାଇଛି।

ଅଧିକ ପଢନ୍ତୁ: ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ଭାରତରେ ଅପରେସନ ସିନ୍ଦୁର ପରେ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି। ଏଥିରେ ସବୁଠାରୁ ଲୋକପ୍ରିୟ ନାମ ହେଉଛି ଜ୍ୟୋତି ମାଲହୋତ୍ରା। ୟୁଟ୍ୟୁବର ଜ୍ୟୋତି ପାକିସ୍ତାନକୁ ଗୁପ୍ତ ସୂଚନା ପଠାଇଥିବା ଅଭିଯୋଗ ହୋଇଛି। ଭାରତରେ ଥିବା ପାକିସ୍ତାନ ହାଇକମିସନ ଜରିଆରେ ସେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ହ୍ୟାଣ୍ଡଲରମାନଙ୍କୁ ଅନେକ ସମ୍ବେଦନଶୀଳ ସୂଚନା ପଠାଉଥିଲେ।

ସେହିପରି ଉତ୍ତରପ୍ରଦେଶ ଏସଟିଏଫ ୟୁପିର ଜଣେ ଗୁପ୍ତଚରଙ୍କୁ ସୀମା ପାର ସ୍ମଗଲିଂ କରିବା ସହିତ ପାକିସ୍ତାନ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ଗିରଫ କରିଥିଲା। ସେ ଦେଶ ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଦେଉଥିଲେ। ସେ ଭାରତରେ ଥାଇ ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଅପରେଟ୍ କରୁଥିଲେ। ଏପରିକି ସେ ଦେଶରୁ ପ୍ରସାଧନ ସାମଗ୍ରୀ, ପୋଷାକ, ମସଲା ଜାତୀୟ ଦ୍ରବ୍ୟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ପାକିସ୍ତାନକୁ ଚୋରା ଚାଲାଣ କରୁଥିଲେ। ବେପାର କରିବା ବାହାନାରେ ସେ ପାକିସ୍ତାନକୁ ଯୋଗାଉଥିଲେ ଦେଶ ସମ୍ପର୍କିତ ବହୁ ସମ୍ବେଦନଶୀଳ ତଥ୍ୟ। ଏପରିକି ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ଭାରତୀୟ ସିମ୍ କାର୍ଡ ଦେବାରେ ସାହାଯ୍ୟ କରିବା ସହ ଭାରତରୁ ବିଭିନ୍ନ ଲୋକଙ୍କ ସହ ଛଳନା କରି ଆଇଏସଆଇରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ପାକିସ୍ତାନ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା।

ଅଧିକ ପଢନ୍ତୁ:ପୁଣି ଧରା ପଡିଲେ ୪ ପାକିସ୍ତାନୀ ଗୁପ୍ତଚର