ଭାଙ୍ଗିଲା ଟ୍ରମ୍ପ-ମସ୍କ ଯୋଡ଼ି

ଟ୍ରମ୍ପ ପ୍ରଶାସନରୁ ମସ୍କଙ୍କ ଇସ୍ତଫା

ୱାଶିଂଟନ, ୨୯/୦୫: ଭାଙ୍ଗିଲା ଟ୍ରମ୍ପ-ମସ୍କ ଯୋଡ଼ି। ଦୀର୍ଘ ଦିନର ଯୋଡିରେ ଲାଗିଛି ପୂର୍ଣ୍ଣଚ୍ଛେଦ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ। ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ। ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଜଣେ ସ୍ୱତନ୍ତ୍ର କର୍ମଚାରୀ ଭାବେ ମୋର‌ ସମୟ ଶେଷ ହେଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି।

ଟ୍ରମ୍ପ ପ୍ରଶାସନର DOGE ର ମୁଖ୍ୟ ଥିଲେ ମସ୍କ। ତେଣୁ DOGE ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମସ୍କ। ମେ ୩୦ରେ DOGE ରୁ ୧୩୦ ଦିନର କାର୍ଯ୍ୟକାଳ ଶେଷ ହେବାର ଥିଲା। ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଟ୍ରମ୍ପଙ୍କ ବଜେଟ୍ ବିଲକୁ ନେଇ ଅସନ୍ତୁଷ୍ଟ ଥିଲେ ମସ୍କ। ନିକଟରେ ସେ ବଜେଟ୍ ବିଲକୁ ସମାଲୋଚନା କରି ‘ବଡ ଓ ସୁନ୍ଦର ବିଲ’ ବୋଲି କହିଥିଲେ।