ଚଣ୍ଡୀଗଡ଼, ୩୦/୦୫: ପଞ୍ଜାବର ମୁକ୍ତସର ଜିଲ୍ଲାର ସିଂଘେୱାଲା ଗ୍ରାମରେ ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ବିସ୍ଫୋରଣରେ ପୂରା କାରଖାନା ଧ୍ୱଂସ ହୋଇଯାଇଛି।
ହରିୟାଣା ସୀମା ନିକଟରେ ଥିବା ଏହି କାରଖାନାରେ ବାଣ ତିଆରି ଫ୍ୟାକ୍ଟ୍ରିରେ ନିୟୋଜିତ ଅନେକ ପ୍ରବାସୀ ଶ୍ରମିକ କାମ କରୁଥିଲେ। ସେଠାରେ କାମ କରୁଥିବା ଅନେକ ଶ୍ରମିକ ଉତ୍ତରପ୍ରଦେଶ ଓ ବିହାରର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୮ ଜଣ ଆହତଙ୍କୁ ଭଟିଣ୍ଡାସ୍ଥିତ ଏମ୍ସ ଡାକ୍ତରଖାନା ଓ ବାଦଲ ସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।